ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତିତ ଚୀନ୍, ବିନା ବିବାହରେ ବି ସନ୍ତାନ ଜନ୍ମ ପାଇଁ ଅନୁମତି
11/03/2023 at 9:45 PM

ନୂଆଦିଲ୍ଲୀ, ୧୧/୦୩: ହ୍ରାସ ପାଉଥିବା ଜନସଂଖ୍ୟାକୁ ନେଇ ଚିନ୍ତାରେ ଚୀନ୍। ଚୀନରେ ବଢ଼ିଚାଲିଛି ବୃଦ୍ଧ ଲୋକଙ୍କ ସଂଖ୍ୟା। ‘ଗୋଟିଏ ସନ୍ତାନ ପଲିସି’ ଯୋଗୁଁ ବିଗତ କିଛି ଦଶନ୍ଧିରେ ଦେଶରେ ହ୍ରାସ ପାଇଛି ଜନ୍ମହାର। ରିପୋର୍ଟ ଅନୁଯାୟୀ ଏହି ପଲିସିରେ ୪୦ କୋଟି ଜନ୍ମ ରୋକାଯାଇପାରିଛି। ତେବେ ଏହାର ଫଳ ଏବେ ଚୀନ୍ ଭୋଗିବାକୁ ପଡ଼ୁଛି।
ଚୀନ୍ରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ୧୯୮୦ ଠାରୁ ଏହି ପଲିସି ଲାଗୁ ହୋଇଥିବା ଏହି ପଲିସି ଚୀନ୍ ପାଇଁ କୌଣସି ସଙ୍କଟଠାରୁ କମ୍ ନୁହେଁ। କାରଣ ଏବେ ଚୀନରେ ଯୁବକ ଏବଂ କାମ କରୁଥିବା ଲୋକ କମ୍ ହୋଇଛନ୍ତି। ଏଥିପାଇଁ ଚିନ୍ତିତ ଥିବା ଚୀନ ଏବେ ଜନସଂଖ୍ୟା ବଢ଼ାଇବା ପାଇଁ ନୂଆ-ନୂଆ ଯୋଜନା ଆଣୁଛି। ଏହି କ୍ରମରେ ଚୀନ୍ ସରକାର ବିନା ବିବାହରେ ବି ପିଲା ଜନ୍ମ କରିବାକୁ ମଞ୍ଜୁରୀ ଦେଇଛନ୍ତି।
ବିବାହରେ ମଧ୍ୟ କରିପାରିବେ ଶିଶୁ ଜନ୍ମ:
ଚୀନ୍ ଏବେ ଦେଶରେ ମହିଳାଙ୍କୁ ଅଧିକରୁ ଅଧିକ ପିଲା ଜନ୍ମ କରିବାକୁ ପ୍ରୋତ୍ସହିତ କରୁଛି। ଏହି କ୍ରମରେ ଚୀନର ସିଚୁଆନରେ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। ଏଠାରେ ଏବେ ସେହି ଦମ୍ପତି ଯେଉଁମାନଙ୍କର ବିବାହ ହୋଇନାହିଁ ସେମାନଙ୍କୁ ମାତୃତ୍ବ ଅବକାଶ ଏବଂ ମେଡିକାଲ ଖର୍ଚ୍ଚର ସୁବିଧା ଦେବା ଆରମ୍ଭ କରିଛି। ଅର୍ଥାତ୍ ଏଠାରେ ବିନା ବିବାହରେ ମଧ୍ୟ ଶିଶୁ ଜନ୍ମ କରିପାରିବେ। ସିଚୁଆନରେ ଏପର୍ଯ୍ୟନ୍ତ ଏହି ସରକାରୀ ସୁବିଧାର ଫାଇଦା କେବଳ ବିବାହିତ ଯୋଡ଼ିଙ୍କୁ ମିଳୁଥିଲା।
୩୦ ଦିନର ସବୈତନିକ ବିବାହ ଛୁଟି
ସୂଚନାଥାଉ ସିଚୁଆନ ଚୀନର ୫ମ ସବୁଠୁ ବଡ଼ ରାଜ୍ୟ। ଏହାର ଜନସଂଖ୍ୟା ପ୍ରାୟ ୮.୫ କୋଟି ରହିଛି। ଯାହା ହ୍ରାସ ପାଉଛି। ସିଚୁଆନରେ ସରକାର ବିବାହତି ଯୋଡ଼ିଙ୍କୁ ୩୦ ଦିନର ବୈତନିକ ବିବାହ ଛୁଟି ଦେବା ପାଇଁ ମଧ୍ୟ ଘୋଷଣା କରାଯାଇଛି। ଏହାର ଉଦ୍ଦେଶ୍ୟ ସ୍ବାମୀ-ସ୍ତ୍ରୀ ପରସ୍ପର ସହ ସମୟ ବିତାଇପାରିବେ ଏବଂ ଜନସଂଖ୍ୟା ବଢ଼ାଇବାରେ ଭାଗୀଦାରୀ କରିପାରିବେ।
ସୂଚନାଯୋଗ୍ୟ, ପୂର୍ବରୁ ଚୀନ୍ରେ ବିବାହ ପାଇଁ ମାତ୍ର ତିନି ଦିନର ସବୈତନିକ ଛୁଟି ମିଳୁଥିଲା। ୨୦୨୨ ରେଚୀନ୍ରେ ୯୫.୬ ଲକ୍ଷ ଶିଶୁଙ୍କ ଜନ୍ମ ହୋଇଥିଲା। ଯେତେବେଳେକି ୧.୦୪ କୋଟି ଲୋକଙ୍କ ମୃତ୍ୟୁ ହୋଇଥିଲା। ୧୯୬୦ ଦଶକ ପରେ ଏହା ପ୍ରଥମ ଥର ଥିଲା ଯେତେବେଳେ ଏତେ ମାତ୍ରାରେ ଜନସଂଖ୍ୟା ହ୍ରାସ ଆରମ୍ଭ ହୋଇଥିଲା। ୨୦୧୬ ରେ ଚୀନ୍ ସରକାର ଦୁଇ ସନ୍ତାନ ପଲିସି ଲାଗୁ କରିଥିଲେ। ସେହିଭଳି ୨୦୨୧ ରେ ଏହାକୁ ତିନି ଶିଶୁ ପଲିସି କରାଯାଇଥିଲା।