ଡ୍ରାଗନର କ୍ରୁରତା: ଉଇଗର ମୁସଲିମ ଓ ତିବ୍ବତୀ କଏଦୀଙ୍କ ହାର୍ଟ, ଲିଭର ଓ କିଡନୀ କାଢି ନେଉଛି ଚୀନ

Published By : Prameya-News7 Bureau | June 18, 2021 IST

ନୂଆଦିଲ୍ଲୀ ୧୮।୦୬: ଚୀନରେ ସଂଖ୍ୟାଲଘୁ  କଏଦୀଙ୍କ ହାର୍ଟ, କିଡନୀ ଓ ଲିଭର କାଢି ନିଆଯାଉଥିବା ଖବର ପରେ ଦୁନିଆରେ ଚହଳ ପଡି ଯାଇଛି। ମିଳିତ  ଜାତି ସଂଘର ମାନବାଧିକାର ପରିଷଦ ଏହି କ୍ରୁରତା ବିରୋଧରେ ସ୍ଵର ଉଠାଇଛନ୍ତି। କିଛି ରିପୋର୍ଟରେ ଦାବି କରାଯାଇଛି,  ଚୀନ ଜେଲ୍‌ରେ ବନ୍ଦୀ ଉଇଗର ମୁସଲମାନ, ତିବ୍ବତି, ମୁସଲିମ ଓ ଖ୍ରୀଷ୍ଟିଆନ କଏଦୀଙ୍କ ସହ କ୍ରୁରତାର ସମସ୍ତ ସୀମା ଲଙ୍ଘି ଯାଇଛି।

ମିଳିତ ଜାତି ସଂଘର ଉଚ୍ଚ ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟ ତରଫରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି ଯେ, ଆମକୁ ସୂଚନା ମିଳିଛି, ଚୀନରେ ଧାର୍ମିକ ସଂଖ୍ୟାଲଘୁଙ୍କୁ ବଳପୂର୍ବକ ରକ୍ତର ଯାଞ୍ଚ କରାଯିବା ସହ ଅଙ୍ଗ ପ୍ରତ୍ୟଙ୍ଗର ଏକ୍ସରେ ଓ ଅଲଟ୍ରାସାଉଣ୍ଡ କରିବା ପାଇଁ ବାଧ୍ୟ କରାଯାଉଛି। କିନ୍ତୁ ଅନ୍ୟ କଏଦୀଙ୍କ ସହ ଏମିତି ବ୍ୟବହାର କରାଯାଉ ନାହିଁ।

ମିଳିତ ଜାତିସଂଘର ମାନବାଧିକାର ଆୟୋଗଙ୍କ ମତରେ ଚୀନରେ ବଳପୂର୍ବକ ସେହି ଲୋକଙ୍କ ଅଙ୍ଗ କଢାଯାଉଛି, ଯେଉଁମାନେ ସଂଖ୍ୟାଲଘୁ ସଂପ୍ରଦାୟର। ଏହି ସବୁ କଏଦୀଙ୍କୁ ମଧ୍ୟ ଜଣା ନାହିଁ ଯେ, ତାଙ୍କୁ କଣ ପାଇଁ ଜେଲ୍‌ରେ ରଖାଯାଇଛି। ଏପରିକି ସେମାନଙ୍କୁ ଗିରଫର ଓ୍ଵାରେଣ୍ଟ ମଧ୍ୟ ଦେଖାଇ ନାହାନ୍ତି। କଏଦୀଙ୍କ ସହ ଏମିତି କ୍ରୁରତା ମାମଲା ନେଇ ଆମେ ଗମ୍ଭୀର ଥିବା ବିଶେଷଜ୍ଞ କହିଛନ୍ତି। ସଂଖ୍ୟାଲଘୁ କଏଦୀଙ୍କ ଶରୀରରୁ ହାର୍ଟ, କିଡନୀ, ଲିଭର ସମେତ ଅନ୍ୟ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ କାଢି ନିଆଯାଉଛି। ଏଥିରେ ବିଶେଷଜ୍ଞ ଡାକ୍ତର, ସର୍ଜନ ଓ ଅନ୍ୟ ମେଡିକାଲ ସ୍ପେଶାଲିଷ୍ଟ ସାମିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.