oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଏକେ-୪୭ ଧରି କାମ କରୁଛନ୍ତି ଚୀନ୍ କର୍ମଚାରୀ, ଆଉ ପାକିସ୍ତାନ ଉପରେ ଭରସା ନାହିଁ

22/07/2021 at 11:13 AM

ଲାହୋର, ୨୨/୦୭ :   ପାକିସ୍ତାନରେ କାମ କରୁଥିବା ଚୀନ୍ କର୍ମଚାରୀ ଏବେ ଭୟଭୀତ । ଆତଙ୍କବାଦୀ ଆକ୍ରମଣ ପରଠୁ ସେମାନେ ଡରିଯାଇଛନ୍ତି । ଏବେ ଏପରି ଏକ ଫଟୋ ସାମ୍ନାକୁ ଆସିଛି ତାହା କର୍ମଚାରୀଙ୍କ ଭୟକୁ ପଦାରେ ପକାଇ ଦେଇଛି । ଚୀନ୍ କର୍ମଚାରୀମାନେ କେବଳ ନିଜର ଯନ୍ତ୍ରପାତି ନୁହେଁ ବରଂ ଏକେ-୪୭ ଧରି କାମ କରୁଛନ୍ତି ।

ସୂଚନାନୁସାରେ, ପାକିସ୍ତାନରେ ଚୀନର ହାଜରହଜାର କର୍ମଚାରୀ କାମ କରନ୍ତି । ସେମାନଙ୍କ ସହ ସୁରକ୍ଷା ବାହିନୀ ମଧ୍ୟ ରହିଥାଏ । କିନ୍ତୁ ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସେମାନେ ଆହୁରି ସତର୍କ ହୋଇଛନ୍ତି । ଏହି ଆକ୍ରମଣରେ ଚୀନର ୯ ଜଣ ନାଗିରକ ନିହତ ହୋଇଥିଲେ ।

ଏହି କର୍ମଚାରୀମାନେ ଚୀନର ଚାଇନ-ପାକିସ୍ତାନ ଇକୋନୋମିକ କରିଡର ପ୍ରକଳ୍ପରେ କାର୍ଯ୍ୟ କରନ୍ତି । ଏଠାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଚୀନ କୋଟିକୋଟି ଟଙ୍କା ଖର୍ଚ୍ଚ କରି ନିଜ ନାଗରିକଙ୍କୁ ସୁରକ୍ଷିତ ରଖିଥାଏ । ପାକିସ୍ତାନ ମଧ୍ୟ ଚୀନ ନାଗରିକଙ୍କ ସୁରକ୍ଷା କରିଥାଏ । କିନ୍ତୁ ଅନେକଥର ସୁରକ୍ଷା ଭେଦି ଚୀନା ନାଗିରକଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇଛି ।

 ଏହି କାରଣରୁ ଜୀବନ ରକ୍ଷା ପାଇଁ ସେମାନେ କାନ୍ଧରେ ଏକେ-୪୭ ରଖି କାମ କରୁଛନ୍ତି । ତେବେ ଚୀନ ନାଗରିକଙ୍କ ଏପରି ଭାବେ ବନ୍ଧୁକ ବ୍ୟବହାର ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି ।

   Related Posts