oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ମିଜାଇଲ ଓ ଏରୋସ୍ପେସ୍ ଟେକ୍ନୋଲଜିରେ ପ୍ରଶିକ୍ଷିତ ଚୀନ୍ ଆଥଲେଟ୍ ଟୋକିଓ ଅଲିମ୍ପିକ୍‌ରେ ସାଉଣ୍ଟୁଛନ୍ତି ସୁନା !

6/08/2021 at 9:01 PM

ନୂଆଦିଲ୍ଲୀ ୬।୮: ଟୋକିଓ ଅଲିମ୍ପିକ୍‌ ମେଡାଲ ତାଲିକାର ସର୍ବାଗ୍ରେ ଅଛନ୍ତି  ଚୀନ୍‌ ଆଥଲେଟ୍‌ । ଏପର୍ଯ୍ୟନ୍ତ ହୋଇଥିବା ଇଭେଣ୍ଟରୁ ଚୀନ୍‌ ପ୍ରତିଯୋଗୀମାନେ ୩୬ ଗୋଲ୍ଡ, ୨୬ ସିଲଭର ଓ ୧୭ ବ୍ରୋଞ୍ଜ ମେଡାଲ ହାତେଇ ନେଲେଣି। ତେବେ ଅଲିମ୍ପିକ୍‌ରେ ଚୀନ୍‌ର ଏହି ସଫଳତା କେବଳ  ପ୍ରତିଯୋଗୀଙ୍କ ଉଦ୍ୟମ ନୁହେଁ ପ୍ରଶିକ୍ଷଣରେ ଉନ୍ନତ ଜ୍ଞାନ କୌଶଳର ଉପଯୋଗ ବୋଲି ପ୍ରଥମ ଥର ଜଣାପଡିଛି।

ଚୀନ୍‌ ସନ୍ତରଣକାରୀମାନେ ୬ଟି ପଦକ ଜିତିଛନ୍ତି। ଏଥିରୁ ୩ଟି ସ୍ୱର୍ଣ୍ଣ ପଦକ ହୋଇଥିବା ବେଳେ ୨ଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ରହିଛି। ଫଳରେ ସନ୍ତରଣରେ ଅନ୍ୟ ଦେଶର ପ୍ରତିଯୋଗୀଙ୍କୁ ନିରାଶ ହେବାକୁ ପଡିଛି। ତେବେ ଚୀନ୍‌ ସନ୍ତରଣକାରୀମାନେ ଏତେ ସହଜରେ ଅନ୍ୟ ଦେଶର ପ୍ରତିଯୋଗୀଙ୍କ ହାତ ମୁଠାରୁ ପଦକ ଛଡାଇନେଇ ନାହାନ୍ତି। ଏଥିପାଇଁ ସେମାନଙ୍କୁ ପ୍ରଶିକ୍ଷଣରେ ବାଲିଷ୍ଟିକ୍  ମିଜାଇଲ  ଟେକ୍ନୋଲଜିରେ ପୂର୍ବରୁ ଅଭ୍ୟସ୍ତ  କରାଯାଇଥିଲା।

ସନ୍ତରଣକାରୀମାନେ ପ୍ରତିଯୋଗୀତାରେ ସେମାନଙ୍କ ନୈପୁଣ୍ୟତା ଦେଖାଇଥିବା ବେଳେ ପଦକ ଛଡାଇନେଇଛନ୍ତି। ତେବେ ଚୀନ୍‌ ଆଥଲେଟଙ୍କ ସମ୍ପର୍କରେ ପ୍ରଥମ ଥର ୟୁରେସିଆନ୍‌ ଟାଇମ୍ସ ତଥ୍ୟ ଉଜାଗର କରିଛି। ଏଥିଲାଗି ଚୀନ୍‌ ଅନେକ ପୂର୍ବରୁ ନିଜର ଆଥଲେଟ୍‌ମାନଙ୍କୁ ମିଜାଇଲ ଓ ଏରୋସ୍ପେସ୍‌ ଟେକ୍ନୋଲଜିରେ ପ୍ରଶିକ୍ଷଣ ଦେଇଥିବାର ସୂଚିତ କରିଥିବା ବେଳେ ଏହାକୁ ଚୀନ୍‌ ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ମଧ୍ୟ ସ୍ୱୀକାର କରିଛି।

ଗ୍ଲୋବାଲ ଟାଇମ୍ସ ରିପୋର୍ଟରେ ଚୀନ୍‌ ସନ୍ତରଣକାରୀଙ୍କ ସଫଳତା ପଛରେ ଚାଇନା ଏକାଡେମୀ ଅଫ ଏରୋସ୍ପେସ୍‌ ଇଲେକ୍ଟ୍ରୋନିକ୍ସ ଟେକ୍ନୋଲଜି (ସିଏଏଇଟି)ର ଭୂମିକାକୁ ଉଲ୍ଲେଖନୀୟ କହିଛି। ଚୀନ୍‌ ପ୍ରଥମ ଥର ପରୀକ୍ଷାମୂଳକ ଭାବେ ଅଲିମ୍ପିକ୍‌ ଲାଗି ପ୍ରତ୍ୟେକ ଆଥଲେଟ୍‌କୁ ବୈଜ୍ଞାନିକ ଉପାୟରେ ପ୍ରଶିକ୍ଷିତ କରିଛି। ଯେଉଁଥିପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ପଡିଆରେ ବୈଜ୍ଞାନିକ ସହାୟତା ସହିତ ଏହାର ଉପଯୋଗ କରାଯାଇଥିଲା। କେବଳ ସନ୍ତରଣ ନୁହେଁ ରୋଇଂ ରେ ମଧ୍ୟ ପ୍ରତିଯୋଗୀଙ୍କୁ ଏହି ବୈଷୟିକ ଜ୍ଞାନକୌଶଳରେ ପ୍ରଶିକ୍ଷିତ କରାଯାଇଛି। ଯାହା ଦ୍ୱାରା ସେମାନେ ଅନ୍ୟ ଦେଶର ପ୍ରତିଯୋଗୀଙ୍କୁ ବେଶ୍‌ ସହଜରେ ମୁକାବିଲା କରିପାରିବେ।  

   Related Posts