ନିଜ ଜିଦ୍ ଏବେ ଚୀନକୁ ଭାରି ପଡିଲା ! ପୂର୍ବ ଲଦ୍ଦାଖରେ ଭାରତର ପ୍ରସ୍ତୁତିରେ ଦେଖି ତରବରିଆ କିଣୁଛି ଶୀତୋପରକରଣ
2/12/2020 at 5:18 PM

ଲେହ୨।୧୨: ଶୀତ ଋତୁରେ ଲଦ୍ଦାଖ ଓ ସୀମାବର୍ତ୍ତୀ ଚୀନର ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୪୦ ଡିଗ୍ରି ସେଲସିୟସ୍କୁ ଚାଲିଯାଏ। ମଣିଷ ତ ମଣିଷ ସେଠାକୁ ପଶୁପକ୍ଷୀ ବି ଯାଆନ୍ତିନି। ଏଣୁ ଶୀତ ଋତୁ ଆସିଲେ ସୀମା ସୁରକ୍ଷାରେ ମୁତୟନ ଭାରତ ଓ ଚୀନ ସୈନିକଙ୍କୁ ସୀମାରୁ ଫେରାଇ ନିଅନ୍ତି । ତେବେ ଚଳଚିବର୍ଷ କଥା ଭିନ୍ନ। ଗତ ଜୁନମାସ ଘଟଣାକୁ ନେଇ ଦୁଇ ଦେଶ ସୈନ୍ୟ ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ଏ ନେଇ ଉଭୟ ଦେଶଙ୍କ ସୈନ୍ୟ ଓ କୂଟନୈତିକ ଆଲୋଚନା ବିଫଳ ହୋଇଛି। ଏଣୁ ଚଳିତବର୍ଷରୁ ଶୀତ ଋତୁରେ ଭାରତୀୟ ସେନା ଲଦ୍ଦାଖରେ ମୁତୟନ ରହିଥିବା ବେଳେ ଚୀନ୍ ମଧ୍ୟ ନିଜ ସେନାଙ୍କୁ ମୁତନୟ ରଖିଛି।

ଦେଶରେ ଏପର୍ଯ୍ୟନ୍ତ ଶୀତ ଋତୁ ଆରମ୍ଭ ମଧ୍ୟ ହୋଇ ନାହିଁ। ତେବେ ଲଦ୍ଦାଖରେ ସର୍ବନିମ୍ନ ତପମାତ୍ରା ବିଯୁକ୍ତ ୨୦ ଡିଗ୍ରି ସେଲସିୟରେ ପହଞ୍ଚିଲାଣି। ସିୟାଚେନର ଅନୁଭୂତିରୁ ଭାରତୀୟ ସେନା ଲଦ୍ଦାଖର ଉଚ୍ଚ ପର୍ବତମାନଙ୍କରେ ନିଜ ପୋଷ୍ଟ ମଜଭୁତ କରିଥିବା ବେଳେ ଆମେରିକାରୁ ଅଣାଇଥିବା ସୈନ୍ୟ ଶୀତ ଉପକରଣ ସୈନ୍ୟଙ୍କୁ ଯୋଗାଇ ଦେଇଛି। ତେବେ ଲଦ୍ଦାଖକୁ ନେଇ ଅନଭିଜ୍ଞ ଚୀନ୍ ସୈନିକଙ୍କ ଲାଗି ଏପର୍ଯ୍ୟନ୍ତ ସର୍ବନିମ୍ନ ସୁବିଧା ମଧ୍ୟ କରିନଥିବା ଜଣାପଡିଛି। ଏଥିରୁ ବିଯୁକ୍ତ ତାପମାତ୍ରାରେ ଚୀନ୍ ସୈନିକ ଡହଳବିକଳ ହେଉଥିବା ବେଳେ ସରକାର ତରବରିଆ ଭାବେ ସେମାନଙ୍କ ଲାଗି ଶୀତ ସାମଗ୍ରୀ ସଂଗ୍ରହରେ ଲାଗିଛନ୍ତି।

ଚୀନ୍ ଏବେ ଭାରତ ସଲଗ୍ନ ସମଗ୍ର ସୀମାରେ ନିଜ ସୈନିକଙ୍କୁ ମୁତୟନ ରଖିଥିବା ବେଳେ ସେମାନଙ୍କର ସାମାନ୍ୟ ଆବଶ୍ୟକତା ମଧ୍ୟ ପୂରଣ କରିପାରୁନି। ଏଥିରେ ଉଚ୍ଚ ଅଞ୍ଚଳରେ ଭାରତୀୟ ସୈନିକଙ୍କ ମୁତୟନ ଚୀନ୍କୁ ଚିନ୍ତାରେ ପକାଇଛି। ଭାରତ ସୈନିକଙ୍କୁ କେବଳ ଶୀତ ଋତୁରେ ଆବଶ୍ୟକ ସାମଗ୍ରୀ ନୁହେଁ ଶୀତ ଋୁତୁରେ ସେମାନଙ୍କ ରହଣୀ ଲାଗି ମଧ୍ୟ ପୁରା ବନ୍ଦୋବସ୍ଥ କରି ରଖିଛି। ଏପରିକି ଶୀତ ୬ ମାସ ଲାଗି ରାସନ, ପାନୀୟ ଏବଂ ଔଷଧ ମଧ୍ୟ ମହଜଦୁଦ ରଖିଛି। ଏହାର ଜବାବରେ ଚୀନର ସେଭଳି କିଛି ପ୍ରସ୍ତୁତି ନଥିବା ବେଳେ ଭାରତୀୟ ସୈନିକଙ୍କୁ ଧମକାଇବାକୁ ମଝିରେ ମଝିରେ ପାହଡ ଉପରକୁ ଗୋଳାମାଡ କରୁଛନ୍ତି।

ସେପଟେ ଭାରତ ସହ ବାରମ୍ବାର ଆଲୋଚନା ସତ୍ତ୍ୱେ ଚୀନ୍ ନିଜ ସର୍ତ୍ତରୁ ଓହରୁ ନଥିବା ବେଳେ ସୈନିକଙ୍କ ଲାଗି ଏବେ ତରବରିଆ ଭାବେ ବଜାରରୁ ସାମଗ୍ରୀ ସଂଗ୍ରହ କରୁଥିବା ଜଣାପଡିଛି। ଯାହା ଲଦ୍ଦଖ ଓ ହିମାଳୟ କ୍ଷେତ୍ରରେ ଭାରତୀୟ ସୀମାରେ ସୈନିକଙ୍କ ୬ ମାସ ମୁତୟନ ଲାଗି ଉପଯୁକ୍ତ ହେବ କି ନା କହି ହେଉ ନାହିଁ। ଏଥିରେ ଭାରତୀୟ ସେନାଙ୍କ ସୀମାରେ ଉପସ୍ଥିତି ଚୀନର ନିଦ ହଜେଇ ଦେଇଛି।