ଥଣ୍ଡା ସମ୍ଭାଳି ପାରୁ ନାହାନ୍ତି ସୈନିକ, ଲଦ୍ଦାଖରୁ ୯୦% ସୈନ୍ୟ ଫେରାଇଲା ଚୀନ୍

Published By : Prameya-News7 Bureau | June 06, 2021 IST

ଲେହ ୬।୬:  ପୂର୍ବ ଲଦ୍ଦାଖର ପ୍ୟୋଙ୍ଗୟୋଙ୍ଗ ହ୍ରଦ ଅଞ୍ଚଳରେ ସୀମା ସୁରକ୍ଷା ଲାଗି ଚୀନ୍‌ ମୂତୟନ କରିଥିବା ସୈନିକଙ୍କୁ ଫେରାଇ ନେବାକୁ ବାଧ୍ୟ ହୋଇଛି। ଭୀଷଣ ପ୍ରତିକୂଳ ପାଗ ଓ ଅତ୍ୟାଧିକ ଥଣ୍ଡା ଯୋଗୁ ଚୀନ୍‌ ଏହି ପଦକ୍ଷେପ ନେଇଥିବା ବେଳେ ପ୍ରାୟ ୯୦ ପ୍ରତିଶତ ସୈନ୍ୟ  ଫେରିଯାଇଛନ୍ତି। ସେମାନଙ୍କ ସ୍ଥାନରେ ନୂଆ କମ୍ପାନୀଙ୍କୁ ମୁତୟନ କରାଯାଇଛି। ଏଠାରେ ପଡୁଥିବା ଅତ୍ୟାଧିକ ଥଣ୍ଡା ଚୀନ ସୈନ୍ୟ ସମ୍ଭାଳିପାରୁ ନାହାନ୍ତି।

ତେବେ ଏଠାରୁ ସୈନିକଙ୍କୁ ନେଇ ନୂଆସେନା ମୁତୟନ କରିବା ଚୀନ ଲାଗି ନୂଆ ନୁହେଁ। ଗତବର୍ଷରୁ ଚୀନ ଏଠାରେ ବାରମ୍ବାର ସୈନ୍ୟ ପରିବର୍ତ୍ତନ (ରୋଟେସନ) ଜାରି ରଖିଛି। ଚୀନ ସୈନିକ ମାନେ ଏଠାକାର ପାଗ ସହ ଅଭ୍ୟସ୍ତ ନୁହନ୍ତି। ଏଣୁ ଥଣ୍ଡା ସାଙ୍ଗକୁ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସରକାର କିନ୍ତୁ ନିଜ ଜିଦରୁ ହଟୁ ନାହାନ୍ତି। ସୀମା ସୁରକ୍ଷାକୁ ଗୁରତର ସହ ଗ୍ରହଣ କରିଥିବା ବେଳେ ରୋଟେସନ ଭିତ୍ତିରେ ଏଠାକୁ ସୈନ୍ୟ ପଠାଉଛନ୍ତି।

{"id":462298,"width":837,"height":558,"sizeSlug":"large","linkDestination":"none"}

ତେବେ ଏଠାରେ ଭାରତୀୟ ସୈନିକ ବେଶ୍‌ ଦକ୍ଷତାର ସହ ସୀମା ସୁରକ୍ଷାରେ ମୁତୟନ ଅଛନ୍ତି। ଭାରତ ଏଠାକୁ ୨ ବର୍ଷ ନିମନ୍ତେ ସୈନିକଙ୍କୁ ପଠାଉଥିବା ବେଳେ ହାଇ ଅଲ୍ଟିଚ୍ୟୁଡରେ ସେନା  ବେଶ୍ କର୍ତ୍ତବ୍ୟ  ସମ୍ପାଦନ କରୁଛନ୍ତି। ଭାରତର ବିଭିନ୍ନ ଅନ୍ତରିଣ ଅଞ୍ଚଳରୁ ଲଦ୍ଦାଖକୁ ୪୦ରୁ ୫୦ ପ୍ରତିଶତ ସୈନ୍ୟ ପ୍ରେରଣ ହେଉଛନ୍ତି।  ତେବେ ଏ କ୍ଷେତ୍ରରେ ଆଇଟିବିପି ର ଜବାନ ସର୍ବାଧିକ ୨ ବର୍ଷ ପର୍ଯ୍ୟନ୍ତ ଡ୍ୟୁଟି କରି ସୁରୁଖୁରୁରେ ଫେରୁଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ଭାରତ-ଚୀନ୍‌ ସମ୍ପର୍କର ୪୫ ବର୍ଷରେ ଗତବର୍ଷ ପ୍ରଥମ ଥର ସୀମାକୁ ନେଇ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ। ଏଥିରେ ଚୀନ୍‌ ସୈନିକଙ୍କ ଆତର୍କିତ ଆକ୍ରମଣରେ ଅପ୍ରସ୍ତୁତ ୨୦ ଜଣ ଭାରତୀୟ ସୈନିକ ଶହିଦ ହୋଇଥିଲେ। ଏଥିରେ ଭାରତର ଜବାବି କାର୍ଯ୍ୟାନୁଷ୍ଠାନରେ ଚୀନର ୪୫ ଜଣ ସୈନିକ ପ୍ରାଣ ହରାଇଥିଲେ। ତେବେ ଦୁଇ ଦେଶଙ୍କ ମଧ୍ୟରେ ସୈନ୍ୟ ଓ କୂଟନୈତିକ ବାର୍ତ୍ତା ପରେ ପରିସ୍ଥିତିରେ ସୁଧାର ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.