ଲଦ୍ଦାଖ ପାଇଁ ତୀବ୍ବତରୁ ସୈନ୍ୟ ସଂଗ୍ରହ କରୁଛି ଚୀନ୍ ! ନିଯୁକ୍ତି ଲାଗି ରଖିଛି ଏପରି ସର୍ତ୍ତ?

Published By : Prameya-News7 Bureau | December 12, 2020 IST

ନୂଆଦିଲ୍ଲୀ ୧୨।୧୨: ଚୀନ୍‌ ପ୍ୟୁପିଲସ୍ ଲିବରେସନ ଆର୍ମି (ପିଏଲଏ) ଲଦ୍ଦାଖର ଉଚ୍ଚ ଉଚ୍ଚତା( ହାଇ ଅଲ୍ଟିଚ୍ୟୁଡ)ରେ ବେଶି ସମୟ ରହି ପାରୁନାହାନ୍ତି। ଗୋଟିଏ ପଟେ ଉଚ୍ଚତା ଓ ଅନ୍ୟପଟେ ବିଯୁକ୍ତ ତାପମାତ୍ରା ସେମାନଙ୍କୁ ପଲ୍ମନାରୀ ଏଡିମାରେ ଆକ୍ରାନ୍ତ କରୁଛି। ଅମ୍ଲଯାନ ଅଭାବ ଯୋଗୁ ସୈନିକ ଖୁବ୍ ଶୀଘ୍ର ଅସୁସ୍ଥ ହୋଇପଡୁଛନ୍ତି। ସେମାନଙ୍କ ସ୍ଥାନରେ ନୂଆ ସୈନିକଙ୍କୁ ମୁତୟନ କରାଗଲେ ବି ସେମାନେ ମଧ୍ୟ ବେଶି ସମୟ ତିଷ୍ଠିପାରୁ ନାହାନ୍ତି। ଏଣୁ ଚୀନ୍‌ ଏବେ ଲଦ୍ଦାଖରେ ଭାରତର ମୁକାବିଲା ଲାଗି ତୀବ୍ବତରୁ ସୈନ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି।

{"id":376585,"sizeSlug":"large","linkDestination":"none"}

ଲଦ୍ଦାଖ ଭଳି ତୀବ୍ବତ ମଧ୍ୟ ହାଇଅଲ୍ଟିଚ୍ୟୁଡରେ ଅବସ୍ଥିତ। ଏଣୁ ଏଠାକାର ଯୁବକମାନେ ହୁଏତ ଲଦ୍ଦାଖରେ ବିଯୁକ୍ତ ତାପମାତ୍ରା ଓ ଭୌଗଳିକ ପରିସ୍ଥିତିର ମୁକାବିଲା କରିପାରନ୍ତି ବୋଲି ଚୀନ ବିଚାର କରୁଛି। ଏଣୁ ଲଦ୍ଦାଖରୁ ସୈନ୍ୟବାହିନୀରେ ନିଯୁକ୍ତି ଲାଗି ପଦକ୍ଷେପ ନେଇଛି। ତେବେ ଏଥିପାଇଁ ମଧ୍ୟ ସର୍ତ୍ତ ରଖିଛି ଚୀନ୍‌।   ସୈନ୍ୟବାହିନୀରେ ଯୋଗଦେବା ପାଇଁ ଯେଉଁମାନେ ଏହି ସର୍ତ୍ତ ପୂରଣ କରୁଥିବେ କେବଳ ସେମାନଙ୍କୁ ଚୀନ୍‌ ନିଯୁକ୍ତ କରିବ ବୋଲି ବିଜ୍ଞପ୍ତି ଜାରି କରିଛି।

{"id":376586,"sizeSlug":"large","linkDestination":"none"}

ଏଥିରେ ଚୀନ୍ ତୀବ୍ବତ୍‌ ଯୁବକଙ୍କ ଲାଗି ଯେଉଁ ସର୍ତ୍ତ ରଖିଛି ସେଥିରେ କେବଳ ସେହିମାନେ ହିଁ ସୈନ୍ୟବାହିନୀରେ ଯୋଗଦେବା ଲାଗି ଆବେଦନ କରିପାରିବେ ଯେଉଁମାନଙ୍କ ମାତାପିତା ଚୀନ୍‌ କମ୍ୟୁନିଷ୍ଟ ପାର୍ଟି ସହ ସମ୍ପର୍କିତ ଥିବେ। ଏପରି ଲୋକଙ୍କ ସମ୍ପର୍କ ଭାରତ ପଳାୟନ କରିଥିବା ଦଲାଇଲାମା ଅଥବା ତାଙ୍କ ଅନୁଗାମୀଙ୍କ ସହ ଯେପରି ନଥିବ। ସେହିପରି ଅନ୍ୟ କୌଣସି ବିଦେଶ ସଂଗଠନ ସହ ଯେପରି ପ୍ରାର୍ଥୀଙ୍କ କୌଣସି ସମ୍ପର୍କ ନଥିଲେ ସେମାନେ ସୈନ୍ୟବାହିନୀରେ ଯୋଗଦେବା ପାଇଁ ଆବେଦନ କରିପାରିବେ ବୋଲି ଜଣାପଡିଛି।

{"id":376591,"sizeSlug":"large","linkDestination":"none"}

ଅତୀତରେ ଚୀନ୍‌ ପିଏଲଏ ସୈନିକଙ୍କୁ କାନାଡାରେ ବିପରୀତ ପାଗ ଓ ଭୌଗଳିକ ପରିସ୍ଥିତିରେ ସୈନ୍ୟ ଅପରେସନ ଲାଗି ପ୍ରଶିକ୍ଷଣ ଦେଇଥିଲା। ବର୍ଷକୁ ବର୍ଷ କାନାଡା ଯାଇ ସୈନିକମାନେ ବରଫାବୃତ୍ତ ଉଚ୍ଚ ପର୍ବତମାଳାରେ ଯୁଦ୍ଧାଭ୍ୟାସ୍ କରୁଥିଲେ। ହେଲେ ଚୀନ୍ ସୈନିକ କାନାଡାରୁ ଯୁବତୀ ଧରି ଫେରାର ହେବା ପରେ କାନାଡା-ଚୀନ୍‌ ଯୁଦ୍ଧାଭ୍ୟାସ ଅନେକ ବର୍ଷରୁ ବନ୍ଦ ହୋଇଯାଇଥିବା ବେଳେ ପ୍ରଶିକ୍ଷିତ ସୈନିକ ଲଦ୍ଦାଖର ବିଯୁକ୍ତ ୪୦ଡିଗ୍ରି ସେଲସିୟରେ କିନ୍ତୁ ଧରଣଧରି ପାରୁନାହାନ୍ତି। ଏଣୁ ଚୀନ୍‌ ଏବେ ଏଥିଲାଗି ଭାରତ ବିରୋଧରେ ଲଦ୍ଦାଖୀଙ୍କୁ ଉପଯୋଗ କରିବାକୁ ପଦକ୍ଷେପ ନେଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.