ଚୀନ୍‌ ରାଜନୀତିରେ ଡ୍ରାମା, ପାର୍ଟି କଂଗ୍ରେସରୁ ଜୋର ଜବରଦସ୍ତ ହଟାଗଲେ ପୂର୍ବତନ ଚୀନ୍‌ ରାଷ୍ଟ୍ରପତି ହୁ ଜିନ୍ତାଓ, ସେଣ୍ଟ୍ରାଲ କମିଟିରୁ ହଟିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗ

Published By : Prameya-News7 Bureau | October 22, 2022 IST

ବେଜିଂ ୨୨।୧୦: ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର ୨୦ତମ କଂଗ୍ରେସରେ ପୂର୍ବତନ ରାଷ୍ଟ୍ରପତିଙ୍କୁ ନାଟକୀୟ ଢଙ୍ଗରେ ବାହର କରି ଦିଆଯାଛି। ଏହି ଘଟଣାର ଭିଡିଓ ଏବେ ସାରା ଦେଶରେ ଭାଇରାଲ ହେଉଛି। ସି ଜିନପିଙ୍ଗଙ୍କୁ ତୃତୀୟବାର ରାଷ୍ଟ୍ରପତି କରିବା ପାଇଁ ଅନୁଷ୍ଠିତ କଂଗ୍ରେସର ସମାପନ ଦିବସ ଅବସରରେ ଏହା ହୋଇଛି। ଯେଉଁଥିରେ ପୂର୍ବତନ ରାଷ୍ଟ୍ରପତି ତଥା ବରିଷ୍ଠ ନେତା ହୁ ଜିନ୍ତାଓଙ୍କୁ ଜୋର ଜବରଦସ୍ତ କାର୍ଯ୍ୟକ୍ରମସ୍ଥଳରୁ ସୁରକ୍ଷା କର୍ମୀ ଭିଡିଓଟାରି ନେଇଯାଉଥିବାର ଦେଖାଯାଇଛି। ସଭାମଞ୍ଚରେ ବସିଥିବା ସି ଜିନପିଙ୍ଗଙ୍କ ସମ୍ମୁଖରେ ଏ ସବୁ ଘଟୁଥିଲେ ବି ସେ ନିର୍ବିକାରଥିଲେ।

୭୯ ବର୍ଷ ବୟସ୍କ ହୁ ଜିନ୍ତାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଗ୍ରେଟ ହଲର ସମ୍ମୁଖ ଆସନରେ ବସିଥିଲେ। ତାଙ୍କର ଠିକ୍ ଆଗରେ ସଭାମଞ୍ଚରେ ରାଷ୍ଟ୍ରପତି ସି ଜିନପିଙ୍ଗ ବସିଥିଲେ। ତେବେ ହୁ ଜିନ୍ତାଓଙ୍କୁ କେଉଁ ପରିସ୍ଥିତିରେ ଗ୍ରେଟ ହଲରୁ ବାହାର କରିଦିଆଗଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ତେବେ କାର୍ଯ୍ୟକ୍ରମ ସ୍ଥଳରୁ ହୁ ଜିନ୍ତାଓଙ୍କୁ ତାଙ୍କ ଅନିଚ୍ଛା ସତ୍ତ୍ୱେ ସୁରକ୍ଷା କର୍ମୀମାନେ ହାତ ଧରି ଭିଡିଭିଡି ନେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକେ ଖୁବ୍ ସେୟାର କରୁଛନ୍ତି।

{"id":699094,"sizeSlug":"full","linkDestination":"none"}

କେବଳ ଏତିକି ନୁହେଁ ପାର୍ଟି କଂଗ୍ରେସ ପରେ ସି ଜିନପିଙ୍ଗଙ୍କ ଘୋର ବିରୋଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗଙ୍କୁ କମ୍ୟୁନିଷ୍ଟ ସେଣ୍ଟ୍ରାଲ କମିଟିରୁ ବାହାରକୁ ରାସ୍ତା ଦେଖାଇ ଦିଆଯାଇଛି। ପାର୍ଟି କଂଗ୍ରେସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗଙ୍କୁ  କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ ନେତୃତ୍ୱ ସେଣ୍ଟ୍ରାଲ କମିଟିରୁ ହଟେଇ ଦିଆଯାଇଛି। ଏହିଭଳି ଭାବେ ସି ଜିନପିଙ୍ଗଙ୍କ ପଛକୁ ଆସୁଥିବା ଦ୍ୱିତୀୟ ବଡ ନେତା ଚୀନ୍‌ ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗଙ୍କୁ ରିଟାୟାର କରିଦିଆଯାଇଛି। ଫଳରେ ସି ଜିନପିଙ୍ଗ ତୃତୀୟବାର ରାଷ୍ଟ୍ରପତି ହେବାରେ ଥିବା ସମସ୍ତ ପ୍ରତିବନ୍ଧକ ଦୂର ହୋଇଯାଇଛି।

ଉଲ୍ଲେଖଯୋଗ୍ୟ ଯେ ୨୦ତମ କଂଗ୍ରେସ ପୂର୍ବରୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବାଦ ଦେଇ ପାର୍ଟି ଶୀର୍ଷ ନେତୃତ୍ୱରେ ବଡ଼ ପରିବର୍ତ୍ତନ ହୋଇପାରେ ବୋଲି ଆକଳନ କରାଯାଉଥିଲା। ସେତେବେଳେ ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗଙ୍କ ସମେତ ସମସ୍ତ ଶୀର୍ଷ ଅଧିକାରୀଙ୍କୁ ନେଇ ବୈଠକରେ ଚର୍ଚ୍ଚାର ଅନୁମାନ କରାଯାଉଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.