oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୩ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ବିଶ୍ୱରେ ଆତଙ୍କ ଖେଳାଇବାକୁ ଚୀନ୍‌ର ଚାଲ୍ : ପାକିସ୍ତାନ ଲ୍ୟାବ୍‌ରେ ତିଆରି କରୁଛି ମାରାତ୍ମକ ଭାଇରସ

16/04/2022 at 12:28 PM

ନୂଆଦିଲ୍ଲୀ, ୧୬/୦୪:  କରୋନାର ଉତ୍ପତ୍ତିସ୍ଥଳି ବୋଲାଉଥିବା ଚୀନ୍‌ ଆହୁରି ଶକ୍ତିଶାଳି ଭାଇରସ ତିଆରି କରିବା ପାଇଁ ଅଣ୍ଟା ଭିଡ଼ିଛି । ଚୀନ୍‌ ସରକାରଙ୍କ ନିର୍ଦ୍ଦେଶକ୍ରମେ ପାକିସ୍ତାନରେ ନୂଆ ଘାତକ ଭାଇରସର ତିଆରି କରାଯାଉଛି । ୱୁହାନ ଇନ୍‌ଷ୍ଟିଚ୍ୟୁଟ ଅଫ ବାୟରୋଲୋଜୀ(ଡବ୍ଲୁଆଇଭି) ଏବଂ ପାକିସ୍ତାନ ସେନା ଅଧୀନରେ ଥିବା ଡିଫେନ୍ସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜୀ ଅର୍ଗାନାଇଜେସନ୍‌(ଡେଷ୍ଟୋ) ମିଳିତ ଭାବେ ଏହି ଭାଇରସ ପ୍ରସ୍ତୁତ କରୁଛନ୍ତି । ଚୀନ୍‌ ଏହି ଭାଇରସକୁ ଜୈବାସ୍ତ୍ର ଭାବେ ବ୍ୟବହାର କରିବ । ଶତ୍ରୁ ଦେଶ ବିରୋଧରେ ଏହାର ବ୍ୟବହାର କରାଯିବ । ଏକ ଅନ୍ତର୍ଜାତୀୟ ରିପୋର୍ଟରେ ଏହି ଖୁଲାସା ହୋଇଛି ।

ପାକିସ୍ତାନର ଯେଉଁ ଲ୍ୟାବରେ ଏହି ଭାଇରସ ତିଆରି କରାଯାଉଛି ତା’ ନିକଟରେ ବାୟୋ ସେଫ୍ଟି ଲେବଲ-୪ ରହିଛି, ଅର୍ଥାତ ଏହି ଲ୍ୟାବରେ ଘାତକ ଭାଇରସ ତିଆରି କରାଯାଇପାରିବ । ଅନ୍ତର୍ଜାତୀୟ ସମୁଦାୟ ଯଥାଶୀଘ୍ର ସମ୍ଭବ ଏହି ଜୈବାସ୍ତ୍ର ତିଆରି ଉପରେ ରୋକ ନ ଲଗାଇଲେ ଭବିଷ୍ୟତରେ ପୂରା ବିଶ୍ୱ ବିପଦମୁଖରେ ପଡ଼ିଯିବ । ନୂଆ ଭାଇରସ କରୋନାଠାରୁ ମଧ୍ୟ ଅଧିକ ଘାତକ ହୋଇପାରେ । ଯାହା ମୃତାହାତଙ୍କ ସଂଖ୍ୟା ବଢାଇପାରେ ବୋଲି ସିଙ୍ଗାପୁର ୟୁନିଭର୍‌ସିଟି ପକ୍ଷରୁ କୁହାଯାଇଛି ।

ସୂଚନାଥାଉକି, ଚୀନ୍‌ର ୱୁହାନ ଲ୍ୟାବରୁ କରୋନା ଭାଇରସର ଲିକ୍‌ ହୋଇଥିବା ବିଭିନ୍ନ ରିପୋର୍ଟରେ କୁହାଯାଇଛି । ବର୍ତ୍ତମାନ ଚୀନ୍‌ରେ ତୃତୀୟ କରୋନା ଲହର ଦେଖାଯାଇଛି । କରୋନା ଭାଇରସର ଓମାଇକ୍ରନ ଭାରିଆଣ୍ଟ ଯୋଗୁ କୋଟିକୋଟି ଲୋକ ଗୃହବନ୍ଦୀ ଭାବେ ଜୀବନ ବିତାଉଛନ୍ତି । ୪୫ ସହରରେ ଲକ୍‌ଡାଉନ ଲଗାଯାଇଛି । କେବଳ ସାଂଘାଇରେ ଗତ ମାସେ ହେବ ଅଢେଇ କୋଟିରୁ ଅଧିକ ଲୋକ ଲକ୍‌ଡାଉନରେ ଅଛନ୍ତି । ଫଳରେ ଖାଦ୍ୟ ସଙ୍କଟ ଦେଖାଯିବା ସହ ଆତ୍ମହତ୍ୟା ମାତ୍ରା ମଧ୍ୟ ବୃଦ୍ଧିପାଇଛି ।

   Related Posts