ଚୀନ୍ 'ମାର୍ଶାଲ ଆର୍ଟ' ସ୍କୁଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୮ ଜଣ ଜଳିଗଲେ

Published By : Prameya-News7 Bureau | June 25, 2021 IST

ବେଜିଂ, ୨୫/୦୬: ଚୀନରେ ଭୟଙ୍କର ଅଗ୍ନିକାଣ୍ଡ । ଏକ ମାର୍ଶାଲ ସ୍କୁଲରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୮ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ଆହୁରି ମଧ୍ୟ ଅଗ୍ନିକାଣ୍ଡରେ ୧୬ ଜଣ ଗୁରୁତର ହୋଇଛନ୍ତି । ସରକାରୀ ଟିଭି ସିଜିଟିଏନର କହିବାନୁସାରେ, ହେନାନ୍ ପ୍ରାନ୍ତର ଝୋଚେଙ୍ଗ୍ କାଉଣ୍ଟିଂରେ ଶୁକ୍ରବାର ନିଆଁ ଲାଗିଯାଇଥିଲା । ଏହା ଭୟଙ୍କର ରୁପ ଧାରଣ କରିଥିଲା । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

ନିଆଁ ଲାଗିବା ଖବର ମିଳିବା ପରେ ପୋଲିସ ଓ ଦମକଳ ବାହିନୀ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ଏବେସୁଦ୍ଧା ଅଗ୍ନିକାଣ୍ଡରେ ୧୮ ଜଣ ପ୍ରାଣ ହରାଇଥିବା ବେଳେ ୧୬ ଜଣ ଗୁରୁତର ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.