ଭାରତର କାର୍ଯ୍ୟାନୁଷ୍ଠାନ ଦେଖି ଚୀନ୍ ଛାନିଆ, କହିଲା - '୭୦ ବର୍ଷରେ କାହାର ଏକ ଇଞ୍ଚ୍ ବି କବଜା କରିନୁ'

Published By : Prameya-News7 Bureau | September 01, 2020 IST

ନୂଆଦିଲ୍ଲୀ, ୦୧|୦୯:   ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏସି ନିକଟରେ ଭାରତ ଓ ଚୀନ ମୁହାଁମୁହିଁ ହୋଇଛନ୍ତି । ଚୀନ ଏହି ଅଞ୍ଚଳକୁ ଜବରଦସ୍ତି ମାଡି ଆସିଥିବା ବେଳେ ଭାରତୀୟ ଯବାନ ଚୀନା ସୈନିକଙ୍କୁ ତଡି ଦେଇଛନ୍ତି । ତେବେ ଉଭୟ ଦେଶ ମଧ୍ୟରେ ଦେଖାଯାଇଥିବା ଉତ୍ତେଜନା ପାଇଁ ଚୀନ ଭାରତକୁ ଦାୟୀ କରିଛି ।

ବେଜିଂ ତରଫରୁ କୁହାଯାଇଛି ଯେ, ଭାରତ ଓ ଚୀନ ସୈନ୍ୟଙ୍କ ବୟାନ ଭିନ୍ନ ଥିଲା । ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚୁନୟଙ୍ଗ୍ କହିଛନ୍ତି ଯେ,  ଚୀନ କେବେ ବି ଅନ୍ୟ କୌଣସି ଦେଶର ଗୋଟିଏ ଇଞ୍ଚ ମଧ୍ୟ କବଜା କରିନାହିଁ । ଇତିହାସ ଏହାର  ସାକ୍ଷୀ ଅଛି । ଭାରତ ଚୀନର ଚିନ୍ତାକୁ ଗୁରୁତର ସହ ନେବା ଆବଶ୍ୟକ । ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଉଦ୍ୟମ କରିବା ଦରକାର ।

{"id":323668,"sizeSlug":"large"}

ସୂଚନାଯୋଗ୍ୟ, ଭାରତୀୟ ସେନା ଚୀନର ଜବରଦଖଲ ପ୍ରୟାସକୁ ପଣ୍ଡ କରିଥିଲେ । ସେନାର ପ୍ରବକ୍ତା କର୍ଣ୍ଣଲ ଅମନ ଆନନ୍ଦ କହିଛନ୍ତି ଯେ, ଚୀନ ସେନା ୨୯ ଓ ୩୦ ଅଗଷ୍ଟ ରାତିରେ ପାଙ୍ଗଙ୍ଗ୍ ସୋର ଦକ୍ଷିଣାଞ୍ଚଳରେ  ଗତିବିଧି ବୃଦ୍ଧି କରିଥିଲେ । ଭାରତୀୟ ସେନା ଡ୍ରାଗନର ଏହି ପ୍ରୟାସକୁ ଅସଫଳ କରିଥିଲା ।

ତେବେ ଚୀନ୍ ସେନା ଭାରତର ବୟାନକୁ ଖଣ୍ଡନ କରିଛି । ଯେଉଁଥିରେ କୁହାଯାଇଥିଲା ଯେ, ଚୀନ ସେନା ଏଲଏସି ଅତିକ୍ରମ କରିନାହିଁ । ଏପରିକି ଚୀନ ଗଠନ ପରେ କେବେ ହେଲେ ଡ୍ରାଗନ କୌଣସି ଯୁଦ୍ଧ ଓ ସଙ୍ଘର୍ଷ ପାଇଁକାହାକୁ ଉସକାଉ ନଥିବା ହୁଆ ଚୁନୟଙ୍ଗ୍  କହିଛନ୍ତି । ଏଲଏସିକୁ ଚୀନ ସୈନିକ ପାଳନ କରିଥିବା ସେ ସଫେଇ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.