'କ୍ୱାଣ୍ଟମ କମ୍ପ୍ୟୁଟର'ରେ ସଫଳତା ଦାବି କଲା ଚୀନ, ଚୀନା ବୈଜ୍ଞାନିକ କହିଲେ-'ଆମେ ବିଶ୍ୱର ପ୍ରଥମ କ୍ୱାଣ୍ଟମ କମ୍ପ୍ୟୁଟର ତିଆରି କରିଛୁ'

Published By : Prameya-News7 Bureau | December 05, 2020 IST

ବେଜିଂ,୦୫/୧୨:   ଚୀନ୍ ବୈଜ୍ଞାନିକମାନେ ଏକ କ୍ୱାଣ୍ଟମ୍ କମ୍ପ୍ୟୁଟର୍ ତିଆରି କରିଥିବା ଦାବି କରିଛନ୍ତି । ଏହା ହେଉଛି ବିଶ୍ୱର ସବୁଠାରୁ ଉନ୍ନତମାନର ସୁପର କମ୍ପ୍ୟୁଟର୍ । ଏହି କ୍ୱାଣ୍ଟମ୍ କମ୍ପ୍ୟୁଟର ଅନ୍ୟ ଉନ୍ନତମାନର କମ୍ପ୍ୟୁଟର ଅପେକ୍ଷା ୧୦୦ ଟ୍ରିଲିୟନ ଗୁଣା ଅଧିକ ବେଗରେ ଗଣନା କରିପାରେ । ଯାହାକୁ ଚାଇନା ଏକ ମାଇଲ ଷ୍ଟୋନ୍ ବୋଲି କହିଛି ।

ଚୀନ ଗଣମାଧ୍ୟମ ଅନୁସାରେ, ବୈଜ୍ଞାନିକମାନେ ଏହି କ୍ୱାଣ୍ଟମ କମ୍ପ୍ୟୁଟରକୁ ବିକଶିତ କରିଛନ୍ତି । ଏହା ଗୋଟିଏ ସମୟରେ ୭୬ଟି ଚିତ୍ରର ଅନୁସନ୍ଧାନ କରିପାରିବ । ଯାହା ସୁପର କମ୍ପ୍ୟୁଟର ତୁଳନାରେ ଅଧିକ । ସାଧାରଣ କମ୍ପ୍ୟୁଟରରେ ଗୋଟିଏ କାମକୁ କରିବା ପାଇଁ ଅଧିକ ସମୟ ଲାଗେ । କିନ୍ତୁ କ୍ୱାଣ୍ଟମ କମ୍ପ୍ୟୁଟରରେ କ୍ଷଣିକ ମଧ୍ୟରେ କାମ କରିହେବ । ଏବେ ଏହା ପ୍ରାରମ୍ଭିକ ଅବସ୍ଥାରେ ଅଛି । ଏହାକୁ ଆହୁରି ବିକଶିତ କରାଯାଉଛି ।

କେବଳ ଗଣନା କିମ୍ବା ଚିତ୍ରର ସନ୍ଧାନ ନୁହେଁ ଅନେକ ରସାୟନ ଓ ଭୌତିକ ବିଜ୍ଞାନ କ୍ଷେତ୍ରରେ ଅନେକ କିଛି ତଥ୍ୟ ପ୍ରଦାନ କରିପାରିବ ଏହି କ୍ୱାଣ୍ଟମ କମ୍ପ୍ୟୁଟର । ଏପରିକି ଏହି ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଚୀନ ବୈଜ୍ଞାନିକମାନେ ଆମେରିକାର ଗୁଗୁଲ, ଆଲଫାବେଟ୍, ଆମାଜନ ଆଦିକୁ ଟକ୍କର ଦେବାକୁ ସକ୍ଷମ ହେବ । ମାଇକ୍ରୋସଫ୍ଟକୁ ଏହି ଆଡଭାନ୍ସଡ୍ କମ୍ପ୍ୟୁଟର ସହଜରେ ମାତ୍ ଦେଇପାରିବ ।

ଗତବର୍ଷ ଗୁଗୁଲ କହିଥିଲା ଯେ, କମ୍ପାନୀ ଏକ ଉନ୍ନତମାନର କମ୍ପ୍ୟୁଟର ତିଆରି କରିବ ଯାହା ମାତ୍ର ୨୦୦ ସେକେଣ୍ଡରେ ସବୁଠାରୁ ବଡ ଗଣନା କରିପାରିବ ।ଏହି କମ୍ପ୍ୟୁଟରଠୁ ଚୀନର କ୍ୱାଣ୍ଟମ କମ୍ପ୍ୟୁଟରର ବେଗ ୧୦୦ କୋଟି ଗୁଣା ଅଧିକ ।

ଚୀନ ସରକାର ଏହି କମ୍ପ୍ୟୁଟର ପାଇଁ ୧୦ ବିଲିୟନ ଡଲାରରେ ଜାତୀୟ ଲାବୋରାଟେରୀ ତିଆରି କରିବା ଆରମ୍ଭ କରିଦେଲେଣି । କିନ୍ତୁ ସେପଟେ ଡୋନାଲ୍ଡ ଟ୍ରମ୍ପ ସରକାର ଗୁଗଲର ସୁପର କମ୍ପ୍ୟୁଟର ପାଇଁ ୧ ବିଲିୟନ ଡଲାର ଅର୍ଥ ପ୍ରଦାନ କରିବେ ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.