oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ତାଇୱାନ୍‌ ସୀମାରେ ମିଶାଇଲ୍‌ ମାଡ଼କଲା ଚୀନ୍‌, ଜି-୭କୁ ବିରୋଧ ସହ ଜାପାନ୍‌ ଉପରେ ଖପ୍ପା

4/08/2022 at 4:04 PM

ବେଜିଂ, ୦୪/୦୮: ଆମେରିକା ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ୍‌ ଗସ୍ତକୁ ନେଇ ଖପ୍ପା ହୋଇଛି ଚୀନ୍‌ । ଏହାର ରାଗ ସୁଝାଇବା ପାଇଁ ଚୀନ୍‌ ସେନା ତାଇୱାନ୍‌ ସୀମାରେ ମିଶାଇଲ୍‌ ମାଡ଼ କରିଛି । ସୈନ୍ୟ ଅଭ୍ୟାସ ସମୟରେ ତାଇୱାନ୍‌ର ପାଖାପାଖି ପାଣିରେ ମିଶାଇଲ୍‌ ପଡ଼ିଥିଲା । ତାଇପେର ରକ୍ଷା ମନ୍ତ୍ରାଳୟ ଏହା ଅଯୌକ୍ତିକ କହିବା ସହିତ କ୍ଷେତ୍ରୀୟ ଶାନ୍ତିକୁ ଭଙ୍ଗ କରୁଥିବା କହିଛି ।

ତାଇୱାନ୍‌ର ରକ୍ଷାମନ୍ତ୍ରାଳୟ ଏକ ସଂକ୍ଷିପ୍ତ ବୟାନରେ କହିଛି ଯେ ଚୀନ୍‌ର କମ୍ୟୁନିଟି ପାର୍ଟି ଆଜି ଦ୍ୱିପ୍ରହର ୧.୫୬ ସମୟରେ ଦକ୍ଷିଣ-ପଶ୍ଚିମ ତାଇୱାନ୍‌ ପାଖାପାଖି ଅଞ୍ଚଳରେ ଡୋଙ୍ଗଫେଙ୍ଗ ସିରିଜର କିଛି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି । ଅନ୍ୟପଟେ ଚୀନ୍‌ର ପୂର୍ବତନ ଥିଏଟର୍‌ କମାଣ୍ଡ ଏନେଇ କହିଛି ଯେ ଏହାର ନିୟୋଜିତ ସେନା ଅଭ୍ୟାସ ସମୟରେ ଗୁରୁବାର ତାଇୱାନ୍‌ ପୂର୍ବତଟ ପାଣିରେ ପାରମ୍ପରିକ ମିଶାଇଲ୍‌ର କେତେକ ଫାୟାରିଂ ସମ୍ପୂର୍ଣ୍ଣ କରିଛି । ଥିଏଟର୍‌ର ଜଣେ ପ୍ରବକ୍ତା ବୟାନରେ କହିଛନ୍ତି ଗୁଳିଗୋଳା ଅଭ୍ୟାସ ସମ୍ପୂର୍ଣ୍ଣ ହେବା ପରେ ସମ୍ୱନ୍ଧିତ ସମୁଦ୍ର କ୍ଷେତ୍ରରୁ ନିୟନ୍ତ୍ରଣ ହଟାଇ ନିଆଯାଇଛି ।

ଅନ୍ୟପଟେ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ ଗୁରୁବାର କହିଛି ଯେ କମ୍ୱୋଡ଼ିଆରେ ଏସିଆନ୍‌ କାର୍ଯ୍ୟକର୍ମକୁ ନେଇ ଜାପାନ୍‌ ସହ ଆୟୋଜିତ ବୈଠକରେ ଚୀନ୍‌ ବୈଦେଶିକ ମନ୍ତ୍ରୀ ୱାଙ୍‌ ୟି ଯୋଗ ଦେବେ ନାହିଁ । ଏହି ବୈଠକକୁ ବାତିଲ୍‌ କରାଯାଇଛି ।  ଏକ ନିୟମିତ ଗଣମାଧ୍ୟମ ସମ୍ମିଳନୀରେ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନିଙ୍ଗ ତାଇୱାନକୁ ନେଇ ଜି୭ର ବିବୃତ୍ତିକୁ ନେଇ ଚୀନ୍‌ ଅସନ୍ତୋଷ ବ୍ୟକ୍ତ କରିଛି ।

   Related Posts