suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବେଙ୍ଗଲ ଦଙ୍ଗା ଉପରେ ଫିଲ୍ମ କରିବ ବିଜେପି, ସ୍ବାଧୀନତା ସମୟରେ କଲିକତା ସ୍ଥିତିର ମିଳିବ ଝଲକ
  • ||
  • ଶେଷ ପର୍ଯ୍ୟନ୍ତ ଲଢ଼ି ଅଷ୍ଟ୍ରେଲିଆ ‘ଏ’ କୁ ୨-୧ରେ ହରାଇଲା ଭାରତୀୟ ମହିଳା ହକି ଦଳ
  • ||
  • କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ରାମଦେବ, କହିଲେ ମା’ଭଉଣୀଙ୍କ ବିଷୟରେ ବେକାର କଥା କହୁଥିବା ବ୍ରିଜ ଭୂଷଣଙ୍କୁ ଗିରଫ କର
  • ||
  • ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟିଲା ‘ସାରେ ଜାହାଁ ସେ ଆଚ୍ଛା’ର ଲେଖକ ମହମ୍ମଦ ଇକ୍‌ବାଲଙ୍କ ବିଷୟ
  • ||
  • ଏବେ ଉତ୍ତରାଖଣ୍ଡ ସଂଲଗ୍ନ LACରେ ଦ୍ରୁତ ଗତିରେ ଗାଁ ଗଢି ଚାଲିଛି ଚୀନ, ସୈନ୍ୟ ଶିବିର ବି ନିର୍ମାଣ କରୁଛି
  • ||
  • ହାଇଦ୍ରାବାଦ: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେଜରିଓ୍ଵାଲ
  • ||
  • ନୂଆଦିଲ୍ଲୀ: ଜବାହରଲାଲ ନେହେରୁଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧୀ
  • ||
  • IPL 2023: ମୁମ୍ବାଇକୁ ହରାଇ ଲଗାତାର ୨ୟ ଥର ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ, ରବିବାର ଚେନ୍ନାଇ ସହ ଟାଇଟଲ୍ ମୁକାବିଲା
  • ||
  • ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ କଲା କଂଗ୍ରେସ
  • ||
  • ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍କେଡ୍‌ ଉପରେ ଆକ୍ରମଣ, ଇଟା ଫିଙ୍ଗି ଭାଙ୍ଗିଲେ ମନ୍ତ୍ରୀଙ୍କ କାର୍ କାଚ
  • ||

ହଙ୍ଗକଙ୍ଗ୍‌ରେ ଉଡିଲା ତ୍ରିରଙ୍ଗା : ଚୀନ୍ ବିରୋଧରେ ତୀବ୍ର ହେଲା ବିରୋଧ, ବିକ୍ଷୋଭକାରୀ କହିଲେ, ‘ଆମେ ଭାରତ ସହ ଅଛୁ’

2/10/2020 at 8:18 PM

ନୂଆଦିଲ୍ଲୀ, ୦୨ ।୧୦:   ଚୀନକୁ ଜୋରଦାର ଝଟକା । ହଙ୍ଗକଙ୍ଗରେ ଚୀନ ବିରୋଧି ନାରା । ଖାଲି ଚୀନ ବିରୋଧୀ ନାରା ନୁହେଁ ଉଡିଲା ଭାରତର ତ୍ରିରଙ୍ଗା । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ହଙ୍ଗକଙ୍ଗର ରାଜପଥରେ । କେକେତ ପ୍ରଦର୍ଶନକାରୀ ଡ୍ରାଗନ୍ ବିରୋଧରେ ନାରାବାଜି କରିବା ସହ ମନମୁଖୀ କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଆହୁରି ମଧ୍ୟ ଭାରତକୁ ଖୁଲମଖୁଲା ସମର୍ଥନ ଜଣାଇଛନ୍ତି ।

ସୂଚନାନୁସାରେ, ଚୀନ୍ କବଳରୁ ହଙ୍ଗକଙ୍ଗ୍‌ଙ୍କୁ ମୁକ୍ତି ଦେବାସହ ତାଙ୍କୁ ଏକ ସ୍ୱତନ୍ତ୍ର ଦେଶ ଭାବେ ଘୋଷଣା କରିବା ପାଇଁ ପ୍ରବଳ ଦାବି ହେଉଛି । ଏଥିପାଇଁ ହଙ୍ଗ୍‌କଙ୍ଗରେ ପ୍ରବଳ ବିରୋଧ ପ୍ରଦର୍ଶନ କରାଯାଇଛି। ଚୀନ୍‌ର ପ୍ରଭାବକୁ ନଷ୍ଟ କରିବା ସହ ସେଠାରେ ଗଣତନ୍ତ୍ର ପ୍ରତିଷ୍ଠା କରିବା ପାଇଁ ଦାବି କରାଯାଉଛି । ଚୀନ୍ ଏବଂ ଇଂଲଣ୍ଡ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଇଂଲଣ୍ଡ ହଙ୍ଗକଙ୍ଗ୍‌କୁ ଚୀନ୍‌କୁ ହସ୍ତାନ୍ତର କରିଛି । ମାତ୍ର ଏହାକୁ ଅଧିକାଂଶ ହଙ୍ଗକଙ୍ଗ୍‌ ବାସିନ୍ଦା ତୀବ୍ର ବିରୋଧ କରି ଆସୁଛନ୍ତି।

ଏବେ ଚୀନ୍‌ ରାଷ୍ଟ୍ରୀୟ ଦିବସରେ ହଙ୍ଗକଙ୍ଗ୍‌ରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଜଣେ ଯୁବକ ଭାରତୀୟ ପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଭାରତ ଚୀନ୍‌ର ଭୁଲ୍‌ ପଦକ୍ଷେପକୁ ବିରୋଧ କରୁଥିବାରୁ ସେ ଭାରତକୁ ସମର୍ଥନ କରିବା କଥା କହିଥିଲେ । ସେ ଷ୍ଟାଣ୍ଡ ଓ୍ୱିଥ ଇଣ୍ଡିଆ ବୋଲି ନାରା ଦେଇଥିଲେ। ଏହାକୁ ଅନ୍ୟ ବିକ୍ଷୋଭ ପ୍ରଦର୍ଶନକାରୀମାନେ ସମର୍ଥନ କରିଥିଲେ । ଭାରତ ଆମର ବନ୍ଧୁ ବୋଲି ସେମାନେ ସ୍ଲୋଗାନ୍ ଦେଇଥିଲେ ।

ଏପରିକି ହଙ୍ଗ୍‌କଙ୍ଗରେ ଚୀନ୍‌ ରାଷ୍ଟ୍ରୀୟ ଦିବସ ଉପଲକ୍ଷେ ରାସ୍ତାଘାଟରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଚୀନ୍‌ ଏହି ବିକ୍ଷୋଭକୁ ଶକ୍ତି ପ୍ରୟୋଗ କରି ବନ୍ଦ କରିବା ପାଇଁ ଚେଷ୍ଟା କରୁଥିବା ମଧ୍ୟ ଅଭିଯୋଗ ହେଉଛି । ପ୍ରଦର୍ଶନକାରୀମାନଙ୍କୁ ରୋକିବା ସହ ସେମାନଙ୍କୁ ଗିରଫ କରିବା ସହ ଜେଲ୍‌ ପଠାଇବାକୁ ହୀନ ଚକ୍ରାନ୍ତ ଚାଳାଇଛି ଚୀନ ।

   Related Posts