ତୃତୀୟ ଥରରେ ମାଟିରେ ମିଶିଲା ୧୬୦ ମିଟରର ଚିମିନି, ସୁରକ୍ଷିତ ପାଇଁ ଲୋକଙ୍କୁ ସ୍ଥାନାନ୍ତର

Published By : Prameya-News7 Bureau | December 19, 2022 IST

ଢେଙ୍କାନାଳ ୧୯/୧୨: ଢେଙ୍କାନାଳ ଜିଲ୍ଲା କୁସୁପଙ୍ଗା ପଂଚାୟତର କୁରୁଣ୍ଟି ସ୍ଥିତ ବନ୍ଦ୍ ହୋଇ ପଡ଼ିଥିବା ଲାନ କୋ ବାବନ୍ଧ ପାୱାର କାରଖାନାର ୧୬୦ମିଟର ଚିନିନୀକୁ ତୃତୀୟ ଥରରେ ଭାଙ୍ଗିବାରେ ସଫଳ । ତେବେ ଏହି ଚିମିନି ଭାଙ୍ଗିବାକାର୍ଯ୍ୟ ରାଜସ୍ଥାନ ଏକ୍ସକ୍ୟୁଡ଼ ନାମକ ଏଜ ଠିକାସଂସ୍ଥା ହାତକୁ ନେଇଥିବାବେଳେ ଆଜି ତୃତୀୟ ଥର ପ୍ରଚେଷ୍ଠାରେ ସମ୍ପୂର୍ଣ୍ଣ ଭାଙ୍ଗିବାରେ ସଫଳତା ମିଳିଛ ।

ଏଥିପାଇଁ ତିନିଥରରେ ମୋଟ ୭୫୦ କିଲୋଗ୍ରାମ ବିସ୍ପୋରକ ବ୍ୟବହାର କରିଛି ଏହି ସଂସ୍ଥା । ତେବେ ଆଜି ଏହି ଚିମିନି ମାଟିରେ ମିଶିଥିବା ଜଣାପଡିଛି । ଯେହେତୁ ଚିମିନିର ଉଚ୍ଚତା ୧୬୦ମିଟର ସୁତରାଂ କୌଣସି ଅଘଟଣକୁ ଏଡାଇବାପାଇଁ ପ୍ରଶାସନ ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ଗାଁ ମୁଣ୍ଡକୁ କିଛି ସମୟ ପାଇଁ ସ୍ଥାନାନ୍ତରିତ କରାଯାଇଥିଲା ।

wp:html /wp:html

ସୂଚନାଥାଉକି, ଗତ ୨୦୦୮ ମସିହାରେ ୧୪୦୦ ମେଗାୱାଟ ବିଦ୍ୟୁତ ପ୍ରଡ଼କ୍ସନ କରିବା ଧାର୍ଯ୍ୟ ନେଇ ଲାନ କୋ ବାବନ୍ଧ ପାୱାର ଲିମିଟେଡ଼ କାରଖାନା ପକ୍ଷରୁ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଥିଲା । ତେବେ କାରଖାନା ତିଆରିରେ ପ୍ରାୟ ୭୦ପ୍ରତିଶତ କାର୍ଯ୍ୟ ସାରିଥିଲେ ମଧ୍ୟ ଜମି ଅଧିଗ୍ରହଣରେ ବିବାଦୀୟ ଯୋଗୁଁ ଏହା ବନ୍ଦ ହୋଇ ପଡିରହିଥିଲା । ଫଳରେ ଗତ ୨୦୧୩ମସିହାରେ କାରଖାନା ଯନ୍ତ୍ରାଂଶକୁ ନେବା ପାଇଁ ଦିଲ୍ଲୀର ଚିନାରା ଇଞ୍ଜିନିୟରିଂ ନାମକ ସଂସ୍ଥା ନିଲାମ ନେଇଥିବା ଜଣାପଡିଛି ।

ଫଳରେ ଏହି ସଂସ୍ଥା ପକ୍ଷରୁ କାରଖାନାର ସମସ୍ତ ଯନ୍ତ୍ରାଂଶ ନେଇ ସାରିଥିବାବେଳେ ଚିମିନିକୁ ଭାଙ୍ଗିବାପାଇଁ ଗତ ୨୦୨୧ସେପ୍ଟେମ୍ବରରେ ପ୍ରଥମେ ଉଦ୍ୟମ କରି ବିଫଳ ହୋଇଥିଲା । ପରେ ଦ୍ୱିତୀୟ ଥର ଉଦ୍ୟମରେ ଗତ ନଭେମ୍ବର ମାସରେ ଚିମିନିର ଉପରି ଭାଗରୁ ମାତ୍ର ୩୦ମିଟର ଭାଙ୍ଗିବାରେ ସଫଳ ହୋଇଥିଲା । ଫଳରେ ଆଜି ତୃତୀୟ ଥର ରେ ଏହି ସଂସ୍ଥା ପକ୍ଷରୁ ସମ୍ପୂର୍ଣ୍ଣ ଭାଙ୍ଗିବାରେ ସଫଳ ହୋଇଥିବା ଜଣାପଡିଛି । ତେବେ ଭାଙ୍ଗିବା ପୂର୍ବରୁ ସ୍ଥାନୀୟ କୁରୁଣ୍ଟି ଓ ଖଡ଼ଗ ପ୍ରସାଦ ଗ୍ରାମ ବାସୀଙ୍କୁ କାରଖାନା ପାଖକୁ ନଯିବା ପାଇଁ ବାରଣ କରିବା ସହ ସୁରକ୍ଷା ପାଇଁ କିଛି ସମୟ ପାଇଁ ନାକା ବନ୍ଦୀ କରି ରଖାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.