ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ଚିଲିକା ପାଣି, ଡଙ୍ଗାରେ ସ୍କୁଲ ଯାଉଛନ୍ତି ପିଲା

Published By : Prameya-News7 Bureau | July 14, 2022 IST

ବ୍ରହ୍ମଗିରି ୧୪।୭: ଗାଁରେ ପଶିଲା ଚିଲିକା ଜୁଆର ପାଣି । ଅରଖକୁଦା ମେରାଇନ ଥାନା ଅନ୍ତର୍ଗତ ଅରଖକୁଦା ହରଚଣ୍ଡୀ ସାହିରେ ପଶିଲା ଚିଲିକା ପାଣି ।  ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଅତ୍ୟଧିକ ଜୁଆର ହେବା ଯୋଗୁଁ ଚିଲିକା ଫୁଲି କୂଳରେ ଥିବା ଗାଁଗୁଡିକରେ ପାଣି ପଶିଯାଇଛି । ଗାଁ ଦାଣ୍ଡରେ ଏବେ ଲହଡି ଭାଙ୍ଗୁଛି ପାଣି । ଫଳରେ ୫୦ରୁ ଅଧିକ ଘରର ଲୋକେ ହନ୍ତସନ୍ତ ହେଉଛନ୍ତି  ।

ଗାଁରେ ପାଣି ପଶିବା ଯୋଗୁଁ ସ୍କୁଲକୁ ପିଲା ଡଙ୍ଗା ସାହାଯ୍ୟରେ ଗୋଟେ ସାହିରୁ ଅନ୍ୟ ସାହିକୁ ଯାଉଛନ୍ତି । ଏବେ ହରଚଣ୍ଡୀ ସାହି ଏବଂ ଲକ୍ଷ୍ମୀ ନାରାୟଣ ସାହିର ଗାଁ ଦାଣ୍ଡରେ ପାଣି ରହିଥିବା ଦେଖିବାକୁ ମିଳିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.