ଘନ କୁହୁଡି ହେଲା କାଳ, ଚିଲିକା ମଝିରେ ଫସିଲା ଭସାପୋଲ
16/01/2023 at 10:00 AM

ବ୍ରହ୍ମଗିରି ୧୬।୦୧ : ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଭସାପୋଲ । ପୁରୀ ଜିଲ୍ଲା ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ ଚିଲିକା ମଝିରେ ଫସିଛି ଭସାପୋଲ ।
ଖବର ଅନୁଯାୟୀ, ସକାଳ ୭ଟା ୩୦ ମିନିଟ୍ରେ ଯାତ୍ରୀମାନଙ୍କୁ ନେଇ ଜହ୍ନିକୁଦା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । କିଛି ବାଟ ଯିବା ପରେ ଭସାପୋଲଟି ପାଣି ମଝିରେ ଫସିରହିଛି । ଘନ କୁହୁଡି ଯୋଗୁଁ ଭସାପୋଲଟି ଫସିରହିଛି । ଭସାପୋଲ ଉପରେ ୪୦ରୁ ଉର୍ଦ୍ଧ୍ବ ଯାତ୍ରୀ ୧୫ ଟି ବାଇକ ଏବଂ ଗୋଟିଏ ଅଟୋ ରହିଛି । ଭସାପୋଲ ପ୍ରାୟ ୫୦ ମିନିଟ୍ ହେବ ଚିଲିକା ମଝିରେ ଫସିରହିଛି । ଭସାପୋଲ ଚ୍ୟାନେଲରୁ ଅନ୍ୟତ୍ର ଚାଲିଯିବା ଫଳରେ ମଝି ଚିଲିକାରେ ଫସି ରହିଛି ।
Related Posts
ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ
5 February 2023
ସିରିଜ୍ ଦୁର୍ଘଟଣା, ତିନୋଟି ବାଇକକୁ ପଛପଟୁ ପିଟିଲା ଟାଟା ଏସି
5 February 2023
ନବ ଦାସ ହତ୍ୟା ମାମଲା, ପୁଣି ରିମାଣ୍ଡରେ ଯିବେ ଅଭିଯୁକ୍ତ ଗୋପାଳ
5 February 2023