ଚିଲିକାରେ ଡଲ୍ଫିନ୍ ଗଣନା ଆରମ୍ଭ, ଗଣତି କାମରେ ୧୬୦ ଜଣ ସାମିଲ୍
21/12/2022 at 7:48 AM

ବ୍ରହ୍ମଗିରି ୨୧।୧୨ : ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ । ବନବିଭାଗ ଓ ସିଡିଏର ମିଳିତ ଉଦ୍ୟମରେ ଚିଲିକାରେ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଗଣନା କାର୍ଯ୍ୟରେ ୧୮ଟି ଟିମ୍ ସହ ମୋଟ ୧୬୦ ଜଣ କର୍ମଚାରୀ ସାମିଲ ହୋଇଛନ୍ତି ।

ଖବର ଅନୁଯାୟୀ, ଚିଲିକାର ସାତପଡ଼ା ରେଞ୍ଜରୁ ୮ଟି ଏବଂ ବାଲୁଗାଁ ରେଞ୍ଜରୁ ୧୦ ଟିମ ଦ୍ୱାରା ଆରମ୍ଭ ହୋଇଛି ଗଣତି କାର୍ଯ୍ୟ। ସକାଳ ୬ଟାରୁ ଗଣନା ପ୍ରକ୍ରିୟା ଆରମ୍ଭ ହୋଇ ଦିନ ୧୨ ଟା ପର୍ଯ୍ୟନ୍ତ ଚାଲିବ। ଏହି ଗଣନା କାର୍ଯ୍ୟରେ ବନବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ, ଡ଼ଲଫିନ ବିଶେଷଜ୍ଞ, ସ୍ବେଚ୍ଛାସେବୀ ଏବଂ ପରିବେଶବିତଙ୍କ ସହିତ ଜଣେ ଡଙ୍ଗା ଚାଳକ ରହିଛନ୍ତି ।

ଗୋଟିଏ ଟିମ୍ ୫ରୁ ୬ ଜଣ ରହିଛନ୍ତି। ବାଇନାକୁଲାର, ଜିପିଏସ, ଏବଂ ରେଞ୍ଜ ଫାଇଣ୍ଡର ମାଧ୍ୟମରେ ଗଣତି କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।
Related Posts
ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
7 February 2023
ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
7 February 2023