scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚିଲିକା ଡଙ୍ଗାବୁଡି ଘଟଣାରେ ୬ଜଣଙ୍କର ମୃତ୍ୟୁ ପରେ ଚେତିଲା ପ୍ରଶାସନ

18/06/2018 at 5:02 AM

ଚିଲିକା ଡଙ୍ଗାବୁଡି ଘଟଣାରେ ୬ଜଣଙ୍କର ମୃତ୍ୟୁ ପରେ ଚେତିଲା ପ୍ରଶାସନ । ଆଜି ବାଲୁଗାଁରୁ କାଳିଜାଇକୁ ଚାଲିଥିବା ସବୁ ଘରୋଇ ଡଙ୍ଗା ଚଳାଚଳ ବନ୍ଦ ରହିଛି । ଏଥି ସହ ଯାତ୍ରୀ ପରିବହନ କ୍ଷେତ୍ରରେ ବିଭିନ୍ନ କଟକଣା ଜାରି କରାଯାଇଛି । ଅପରାହ୍ନ ୩ଟା ପରେ ଚିଲିକାକୁ ଯାତ୍ରୀ ପରିବହନ ନିଷିଦ୍ଧ କରାଯାଇଛି । ପ୍ରତି ଡଙ୍ଗାରେ ୧୦ ଜଣ ଲେଖାଏଁ ଯାତ୍ରୀ ଯିବେ । ଏଥି ସହ ପ୍ରତ୍ୟେକ ଡଙ୍ଗାରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ରହିବ ଆବଶ୍ୟକୀୟ ଲାଇଫ୍ ଜ୍ୟାକେଟ୍ । ଓଭରଲୋଡ୍ କରି ଯାତ୍ରୀ ନନେବା, ନିୟମ ମୁତାବକ ଡଙ୍ଗା ମାଲିକ ପଞ୍ଜିକରଣ ଓ ବୀମାଭୁକ୍ତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ବାଲୁଗାଁ ପୋଲିସ ଡଙ୍ଗା ମାଲିକ ବସନ୍ତ ବେହେରାକୁ ଗିରଫ କରିଛି । ବିନା ଲାଇସେନ୍ସରେ ଚିଲିକାରେ ଚାଲିଛି ହଜାର ହଜାର ଡଙ୍ଗା ଓ ବୋଟ୍ । ଡଙ୍ଗାରେ ଲାଇଫ୍ ଜ୍ୟାକେଟ୍ ବି ନାହିଁ । ଶନିବାର ସଂଧ୍ୟାରେ କାଳିଜାଇରୁ ଦର୍ଶନ ସାରି ଗୋଟିଏ ଡଙ୍ଗାରେ ୧୬ ଜଣ ଫେରୁଥିଲେ । ଅଧାବାଟରେ ଭୟଙ୍କର ଝଡ଼ ତୋଫାନରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିଲା । ଡଙ୍ଗାବୁଡି ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଛି । ଏବେ ବି ୩ଜଣହ୍କର ଅବସ୍ଥା ଗୁରୁତର ରହିଛି ।

   Related Posts