ନେଦରଲ୍ୟାଣ୍ଡ ପରେ ଓଡିଶା ଆସିଲା ଚିଲି ଟିମ୍, ପ୍ରଥମ ଥର ଖେଳିବ ବିଶ୍ୱକପ୍
5/01/2023 at 12:43 PM

ଭୁବନେଶ୍ୱର ୦୫।୦୧ : ଭୁବନେଶ୍ୱରରେ ଚିଲି ଟିମ୍ । ୨ୟ ବିଦେଶୀ ଦଳ ଭାବେ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛି । ଚିଲି ହକି ଟିମ୍କୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଦଳକୁ ଭବ୍ୟ ସ୍ୱାଗତ ପରେ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଛି।
ଖବର ଅନୁଯାୟୀ, ଚଳିତ ପୁରୁଷ ହକି ବିଶ୍ୱକପ୍ରେ ପଦାର୍ପଣ କରି ଚିଲି ଟିମ୍ । ଚିଲି ଟିମ୍ ଏବେ ରାଙ୍କିଂରେ ୨୨ତମ ସ୍ଥାନରେ ରହିଛି । ତେଣୁ ପ୍ରଥମ ଥର ବିଶ୍ୱକପ୍କୁ ଯୋଗ୍ୟତା ହାସଲ କରିଥିବାରୁ ଟିମ୍ ମଧ୍ୟ ବେଶ୍ ଉତ୍ସାହ ରହିଛି । ପୂର୍ବରୁ ନେଦରଲ୍ୟାଣ୍ଡ ଟିମ୍ ଓଡିଶାରେ ପହଞ୍ଚିସାରିଛି । ଟିମ୍ ଏବେ ଅଭ୍ୟାସ କରୁଛି ।
ସେପଟେ ହକି ବିଶ୍ୱକପ୍କୁ ଆଉ କିଛି ଦିନ ବାକି ରହିଛି । ଏଥିଲାଗି କଳିଙ୍ଗ ଷ୍ଟାଡିୟମ ଏବଂ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ପ୍ରସ୍ତୁତି ଶେଷ ହୋଇଛି । ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡା ଷ୍ଟାଡିୟମର ଶୁଭ ଉଦ୍ଘାଟନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟାହ୍ନରେ ରାଉରକେଲାରେ ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡା ଷ୍ଟାଡିୟମରେ ବିଶ୍ୱକପ୍ ଫ୍ୟାନ ଭିଲେଜର ଉଦ୍ଘାଟନ କରିବେ ।