ଚିଲ୍ଲି ଜଙ୍ଗଲରେ ନିଆଁ ଲାଗି ଜଳିଗଲା ୧୦୦ରୁ ଅଧିକ ଘର

Published By : Prameya-News7 Bureau | December 25, 2019 IST

ସାଣ୍ଟିଆଗୋ :  ଚିଲ୍ଲି ୱେଲପାରାଇସୋରେ ଜଙ୍ଗଲ ନିଆଁ ଏବେ ଅଣାୟତ୍ତ ହୋଇପଡିଛି। ନିଆଁ ଜନବସତୀ ଅଞ୍ଚଳକୁ ପ୍ରବେଶ କରିବା ଯୋଗୁ ୧୨୦ରୁ ଅଧିକ ଘର ଜଳିଯାଇଥିବା ବେଳେ ଶହଶହ ଲୋକେ ଏବେ ବାସହରା ହୋଇ ଏଣେତେଣେ ପଳାୟନ କରୁଛନ୍ତି। ଦକ୍ଷିଣ ଆମେରିକୀୟ ଦେଶ ଚିଲ୍ଲିର ୱେଲପାରାଇସୋ ଏକ ଲୋକପ୍ରୀୟ ପର୍ଯ୍ୟଟନ ସ୍ଥଳ। ତେବେ ବନାଗ୍ନି ବ୍ୟାପୁଥିବାରୁ ବଡ ଦିନରେ ଜଣେ ବି ପର୍ଯ୍ୟଟକ ସେଠାରେ ନାହାନ୍ତି।

{"id":202683,"sizeSlug":"large"}

ୱେରପରାଇସୋ ମେୟର ଜର୍ଜ ଶାର୍ପଙ୍କ ଅନୁସାରେ ଏପର୍ଯ୍ୟନ୍ତ କେହି ମୃତାହତ ହେବାର ସୂଚନା ନଥିଲେ ମଧ୍ୟ ଅନେକ ଘରଦ୍ୱାର ଜଳିଗଲାଣି। ହଜାର ହଜାର ଡଲାରର ସମ୍ପତ୍ତି ସ୍ୱାହା ହେଲାଣି। କେହି ଜାଣିକରି ଅଞ୍ଚଳକୁ ଏଭଳି ବିପଦକୁ ଠେଲିଦେଇଥିବା ମେୟର କହିଛନ୍ତି। ବନାଗ୍ନି ବ୍ୟାପୁଥିବାରୁ ନିଆଁକୁ ଆୟତ୍ତ କରିବା ଲାଗି ବିଦ୍ୟୁତ୍ କାଟ କରାଯାଇଛି। ଫଳରେ ଅଞ୍ଚଳର ୯୦ ହଜାର ଘରକୁ ଏବେ ବିଦ୍ୟୁତ ଯୋଗାଣ ବ୍ୟହତ ହୋଇଛି। ଏକ ସୁଖିଲା ଘାଷ ବୁଦାରୁ ପ୍ରଥମେ ନିଆଁ ବ୍ୟାପୀଥିଲାଯ ୪୪୫ ଏକରର ଘାଷ ପୋଡିବା ବେଳେ ସେଥିପ୍ରତି କେହି ଧ୍ୟାନ ଦେଇନଥିଲେ। ଏବେ ଜଙ୍ଗଲ ଜଳିବା ପରେ ପ୍ରଶାସନର ନଜର ପଡୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.