ଆଜାଦୀ କା ଅମୃତ ମହୋତ୍ସବରେ ୩୦୦ ଫୁଟର ଜାତୀୟ ପତାକା ଧରି ପରିକ୍ରମା କଲେ କୁନିକୁନି ପିଲା
15/08/2022 at 7:46 PM

ଯାଜପୁର, ୧୫/୦୮: କୁନିକୁନି ପିଲାଙ୍କ ହାତରେ ୩୦୦ ଫୁଟ ଲମ୍ବର ଜାତୀୟ ପତାକା। ବନ୍ଦେ ମାତାରମ ଧ୍ୱନିରେ ପ୍ରକମ୍ପିତ ହେଉଛି ଅଞ୍ଚଳ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳରେ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଦେଶ ପାଳୁଛି “ଆଜାଦୀ କା ଅମୃତ ମହୋତ୍ସବ” । ଏହି ଅବସରରେ ଆଜି ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଏକ ଘରୋଇ ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଛି ଏକ ନିଆରା କାର୍ଯ୍ୟକ୍ରମ।
୩୦୦ ଫୁଟ୍ ଲମ୍ବ ଏକ ବିଶାଳ ଜାତୀୟ ପତାକାକୁ ଶୃଙ୍ଖଳିତ ଭାବେ ଧରି ସହର ପରିକ୍ରମା କରିଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନର କର୍ମଚାରୀ ଏବଂ ଅନୁଷ୍ଠାନର ପଦାଧିକାରୀ ମାନେ ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
Related Posts
ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଓ ୩ ଗୁରୁତର
28 January 2023
କାଳେସୀ ଲାଗି ପାଣିକୁ ଡେଇଁଲେ ବୃଦ୍ଧ, ଚାଲିଗଲା ଜୀବନ
28 January 2023