ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶିଶୁଙ୍କୁ ଅତିଶୀଘ୍ର ଦିଆଯିବ ଭାକସିନ୍ : ୫ ଟିକାର କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ଦେଇଛନ୍ତି ସରକାର

14/12/2021 at 10:25 AM

ନୂଆଦିଲ୍ଲୀ, ୧୪/୧୨: ଦେଶରେ କରୋନା ଆତଙ୍କ ଥମିବାର ନାଁ ନେଉନାହିଁ । ପ୍ରତିଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାମଧ୍ୟରେ ଟିକାକରଣକୁ ସରକାର ଜୋରଦାର କରୁଛନ୍ତି । ଦେଶରେ ପ୍ରାପ୍ତବୟସ୍କଙ୍କ ପାଇଁ ଟିକାକରଣ ଜାରି ରହିଛି । ହେଲେ ୧୮ରୁ କମ୍ ବୟସ୍କଙ୍କ ପାଇଁ ଟିକା ଉପଲବ୍ଧ ନାହିଁ । ଏହାମଧ୍ୟରେ ୫ଟି ନୂଆ ଟିକାର ଟ୍ରାଏଲ୍ ଜାରି ରହିଛି । ଏହି ଟିକା ଉଭୟ ଶିଶୁ ଓ ପ୍ରାପ୍ତବୟସ୍କଙ୍କୁ ପ୍ରଦାନ କରାଯିବ ।

ପପ୍ୟୁଲେସନ ସର୍ଭିସେସ୍ ଇଣ୍ଟରନ୍ୟାଶନାଲର ମୁଖ୍ୟ ଡାକ୍ତର ରାକେଶ କୁମାର କହିଛନ୍ତି ଯେ, ସରକାର ବୁଷ୍ଟର ସଟ୍ କଥା ଚିନ୍ତା କରୁଛନ୍ତି । ଶିଶୁଙ୍କୁ ଟିକାକରଣ ଉପରେ ଜୋର୍ ଦିଆଯିବ । ଏବେ ଦେଶରେ ୫୦ ପ୍ରତିଶତରୁ ଅଧିକ ବ୍ୟକ୍ତିଙ୍କୁ ଦୁଇଟି ଡୋଜ୍ ଦିଆଯାଇ ସରିଛି । ୯୦ ପ୍ରତିଶତରୁ ଅଧିକ ବ୍ୟକ୍ତି ଅତି କମରେ ଗୋଟିଏ ଡୋଜ୍ ନେଇ ସାରିଛନ୍ତି । ହର୍ ଘର୍ ଦସ୍ତକ କାର୍ଯ୍ୟକ୍ରମ ସଫଳ ହୋଇଛି । ଏହି କାର୍ଯ୍ୟକ୍ରମକୁ ଡିସେମ୍ବର ୩୧ ଯାଏଁ ବୃଦ୍ଧି କରାଯାଇଛି ।

ସେ ଆହୁରି କହିଛନ୍ତି ଯେ, କୋଭିଡ୍-୧୯ ଟିକାକରଣ ପାଇଁ ଗତ ଜାନୁଆରୀରୁ କ୍ୟାମ୍ପେନ୍ ଆରମ୍ଭ ହୋଇଛି । ଦେଶରେ ଟିକାକରଣ ବ୍ୟାପକ ହୋଇଛି । ଧନି-ଗରିବ ନିର୍ବିଶେଷରେ ସମସ୍ତେ ଭାକସିନ୍ ନେଇଛନ୍ତି । ଗ୍ରାମୀଣ, ସହରରେ ଟିକାକରଣ ହୋଇଛି । ଗର୍ଭବତୀ ମହିଳାଙ୍କୁ ଘରେ ଟିକା ଦିଆଯାଇଛି ।

ସେ ଆହୁରି କହିଛନ୍ତି ଯେ, ଏବେ ଶିଶୁଙ୍କ ପାଇଁ ବି ଅନେକ ଟିକାର ଟ୍ରାଏଲ ଚାଲିଛି । କାର୍ଡିଲା ଜାଏକୋଭ୍-ଡି, କୋଭାକ୍ସିନ, ସେରମ୍, ବାୟୋଲୋଜିକାଲ ଆରବିଡି, ଜନସନ୍ ଆଣ୍ଡ ସନସନ୍ ଓ ୨୬ କୋଭ୍ ୨ଏସର ଟ୍ରାଏଲ ଚାଲିଛି । ଏ ସବୁ ପୂର୍ବରୁ ପ୍ରାପ୍ତ ବୟସ୍କଙ୍କୁ ପ୍ରଦାନ କରାଯାଇଛି । କିନ୍ତୁ ଶିଶୁଙ୍କଠାରେ ଟ୍ରାଏଲ ପାଇଁ ଏହାକୁ ସରକାର ଏବେ ଅନୁମତି ଦେଇଛନ୍ତି । ଟ୍ରାଏ ଲ ସଫଳ ହେଲେ ଅତିଶୀଘ୍ର ଶିଶୁଙ୍କୁ ଟିକାକରଣ ଆରମ୍ଭ ହେବ ବୋଲି ସେ କହିଛନ୍ତି ।

   Related Posts