oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ବିଦେଶୀ ବିଚାରଧାରାରେ ପ୍ରଭାବିତ ନହୁଅନ୍ତୁ ପିଲା, ଘରୋଇ ସ୍କୁଲ ଉପରେ କଟକଣା ଲଗାଇଲା ଡ୍ରାଗନ

17/09/2021 at 6:50 PM

ବେଜିଂ ୧୭।୦୯: ଚୀନ ସରକାର ନିଜର ଏକ ନିଷ୍ପତ୍ତିରେ ନିଜକୁ ଏକଛତ୍ରବାଦ ଶାସକର ପରିଚୟ ଦେଇଛି। ଦେଶର କମ୍ୟୁନିଷ୍ଟ ସରକାର ନିକଟରେ ଘରୋଇ ସ୍କୁଲ ଉପରେ କଟକଣା ଲଗାଇଛି। ଡ୍ରାଗନ କହିଛି ଘରୋଇ ସ୍କୁଲରେ ପଢିଲେ ପିଲାମାନେ ବିଦେଶୀ ବିଚାରଧାରାରେ ପ୍ରଭାବିତ ହୋଇ ପାରନ୍ତି। ଏହାକୁ ନେଇ ସମଗ୍ର ଦେଶରେ ଅଭିଭାବକଙ୍କ ଗହଣରେ ଅସନ୍ତୋଷର ମାହୋଲ ରହିଛି। ସେମାନେ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିବା ଆରମ୍ଭ କରି ଦେଇଛନ୍ତି।

ବିଶେଷଜ୍ଞଙ୍କ କହିବା କଥା ଚୀନ ସରକାରଙ୍କ ଏହି ନିର୍ଣ୍ଣୟ ପ୍ରାଇଭେଟ୍ ସେକ୍ଟର ଉପରେ ନଜର ରଖିବା ଏବଂ ସରକାରୀ ସ୍କୁଲକୁ ପ୍ରୋତ୍ସାହନ ଦେବା ପାଇଁ ଉଦ୍ଦିଷ୍ଟ। ମାତ୍ର ଏହା  ପଛର ଅସଲ ଉଦ୍ଦେଶ୍ୟ ହେଉଛି, ଯଦି ପିଲାମାନେ କେବଳ ସରକାରୀ ସ୍କୁଲରେ ପଢିବେ ତେବେ ତାହା ହିଁ ଚିନ୍ତା କରିବେ ଯାହା ଚୀନ ସରକାର ଚାହୁଁଛନ୍ତି। ଅର୍ଥାତ ଚୀନ ସରକାର ଛୋଟ ବେଳରୁ ହିଁ ପିଲାଙ୍କ ମସ୍ତିଷ୍କ ଉପରେ ନିୟନ୍ତ୍ରଣ କରିବାକୁ ଚାହୁଁଛି। ହଂକଂ ପୋଷ୍ଟ ନାମକ ଏକ ଖବର କାଗଜ ଅନେକ ବିଶେଷଜ୍ଞଙ୍କ ସହ ଆଲୋଚନା କରି ଚୀନ ସରକାରଙ୍କ ଏହି ନିର୍ଣ୍ଣୟର ମୂଳ ପର୍ଯ୍ୟନ୍ତ ଯିବାକୁ ଉଦ୍ୟମ କରିଛନ୍ତି।

କୁହାଯାଉଛି, ଚୀନ ସରକାର ଚାହୁଁ ନାହାନ୍ତି ଯେ, କୌଣସି ପ୍ରକାରେ ଦେଶର ଛାତ୍ରଙ୍କୁ ପାଶ୍ଚାତ୍ୟ ଦେଶର ବିଚାରଧାରାର ଜ୍ଞାନ ମିଳୁ। ସରକାର ଭାବୁଛନ୍ତି ଯେ, ଘରୋଇ ସ୍କୁଲ ଦ୍ଵାରା ପିଲା  ଅନ୍ୟ ଦେଶର ବିଚାରଧାରାରେ ପ୍ରଭାବିତ ହୋଇ ପାରନ୍ତି। ସରକାର ମଧ୍ୟ ଏହି ଯୁକ୍ତି ବାଢିଛନ୍ତି ଯେ, ଘରୋଇ  ସ୍କୁଲରେ ପିଲାଙ୍କ ଉପରେ ଅଧିକ ଚାପ ପଡୁଛି। ତେଣୁ ଡ୍ରାଗନ ଘରୋଇ ସ୍କୁଲ  ବନ୍ଦ କରିବାକୁ ଆଦେଶ ଦେଇଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ଲୋକେ ସହଜରେ ହଜମ କରି ପାରୁ ନାହାନ୍ତି।

   Related Posts