ଥମିବାର ନାଁ ଧରୁନି ଶିଶୁ ମୃତ୍ୟୁ, ୪୮ ଘଣ୍ଟା ମଧ୍ୟରେ ଶାହାଡୋଲ ହସ୍ପିଟାଲରେ ଆଉ ୫ ଶିଶୁଙ୍କ ମୃତ୍ୟୁ

Published By : Prameya-News7 Bureau | December 05, 2020 IST

ଭୋପାଳ ୦୫/୧୨ : ମଧ୍ୟପ୍ରଦେଶ ଜବଲପୁରର ଶହଡୋଲ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶିଶୁ ମୃତ୍ୟୁ ଥମିବାର ନାଁ ଧରୁନାହିଁ । ଗତ ୬୦ ଘଣ୍ଟା ମଧ୍ୟରେ ହସ୍ପିଟାଲରେ ଆଉ ୫ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ଅଲଗା ଅଲଗା ରୋଗ ଏବଂ ସମୟ ପୂର୍ବରୁ ପିଲା ଜନ୍ମ ହେଉଥିବାରୁ ମୃତ୍ୟୁ ହେଉଛି ।

ଶହଡୋଲରେ ଲଗାତାର ଭାବେ ଶିଶୁ ମୃତ୍ୟୁକୁ ନେଇ ପୁଣି ଥରେ ଭୋପାଳରେ ଚହଳ ସୃଷ୍ଟି କରିଛି । ଏହାକୁ ନେଇ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ସଞ୍ଚାଳକ ଛବି ଭରଦ୍ବାଜ ଭିଡିଓ କନଫରେନ୍ସ ମାଧ୍ୟମରେ ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ବୈଠକରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଉପ-ସଞ୍ଚାଳକ ସାମିଲ ହୋଇଥିଲେ । ଏହି ବୈଠକରେ ସ୍ବାସ୍ଥ୍ୟ କର୍ମୀ ସଚେତନ ହୋଇ ପିଲାମାନଙ୍କୁ ଠିକ୍ ସମୟରେ ଡାକ୍ତରଖାନାକୁ ପଠାନ୍ତି, ତେବେ ସେମାନଙ୍କ ଜୀବନ ରକ୍ଷା ହୋଇପାରିବ । ଉପ-ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଶିଶୁଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନ କରିବାକୁ ଯାଇଥିବା ସ୍ୱାସ୍ଥ୍ୟ ବିଭାଗ ଟିମ ଶୁକ୍ରବାର ଦିନ ଏହାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଛି ।

ସୂଚନା ଅନୁଯାୟୀ, ଏହି ରିପୋର୍ଟରେ ଜିଲ୍ଲା ଡାକ୍ତରଖାନାରେ ଶିଶୁ ରୋଗ ବିଶେଷଜ୍ଞ ନିଯୁକ୍ତି କରିବା ଏବଂ ଭିତ୍ତିଭୂମି ସଜାଡିବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ ଜିଲ୍ଲା ଡାକ୍ତରଖାନାରେ ମଧ୍ୟ ଅତି ଶୀଘ୍ର ଶିଶୁ ଚିକିତ୍ସା ଆରମ୍ଭ କରିବାକୁ କୁହାଯାଇଛି । ଯାଞ୍ଚର ସଂପୁର୍ଣ୍ଣ ରିପୋର୍ଟ ଆସିବା ପରେ ମିଶନ ନିର୍ଦ୍ଦେଶକ ଛବି ଭରଦ୍ୱାଜ ସ୍ୱାସ୍ଥ୍ୟ ବିଭାଗର କ୍ଷେତ୍ର କର୍ମଚାରୀଙ୍କୁ ତାଲିମ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହାକି କରୋନା ସଂକ୍ରମଣ କାରଣରୁ ବନ୍ଦ ଥିଲା । ଆଶା, ଉଷା କାର୍ଯ୍ୟକର୍ତ୍ତା ଏବଂ ଏନଏନଏମ କର୍ମଚାରୀମାନେ ରୋଗରେ ପଡିଥିବା ପିଲାମାନଙ୍କ ଉପରେ ବିଶେଷ ନଜର ରଖିବା ଉଚିତ ଏବଂ ଅସୁସ୍ଥ ଥିବା ଶିଶୁକୁ ଠିକ ସମୟରେ ଡାକ୍ତରଖାନା ପଠାଇବା ଉଚିତ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.