Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଚିପସ୍ , କୋଲ୍ଡ ଡ୍ରିଂକ ଓ ଡବା ବନ୍ଦ ଖାଦ୍ୟ ଖାଇ ପୃଥୁଳ ହେଉଛନ୍ତି ପିଲା : ବୈଜ୍ଞାନିକ

9/10/2022 at 7:28 PM

ନୂଆଦିଲ୍ଲୀ ୯।୧୦: ଇନଷ୍ଟାଣ୍ଟ ନୁଡଲ, ସଫ୍ଟ ଡ୍ରିଂକ ଓ ବର୍ଗର ଭଳି ଅଲ୍ଟ୍ରା ପ୍ରୋସେସଡ୍ ଫୁଡ ଖାଉଥିବା ୨ରୁ ୪ ବୟସର ପିଲାଙ୍କୁ  ୫ ବର୍ଷ ପର୍ଯ୍ୟନ୍ତ ମନିଟରିଂ କରାଯାଇଥିଲା। ଏଥିରୁ ପିଲାଙ୍କ ଉଚ୍ଚତାମାନକ କମ୍‌ ଏବଂ ଓଜନ ମାନକ ଅଧିକ ଥିବା ଦେଖାଯାଇଛି। ଏପରି ପିଲା ଯେଉଁମାନେ ଆଗକୁ ହାଇପରଟେନସନ୍ ଓ ଡାୟବେଟିଜ୍ ଭଳି ଅଣସଂକ୍ରାମକ ରୋଗ ଦ୍ୱାରା ପୀଡ଼ିତ ହେବାର ଅଧିକ ସମ୍ଭାବନା ରହୁଥିବା ବେଳେ ଯୁବାବସ୍ଥାରେ ଆର୍ଥିକ ଗତିବିଦ୍ଧିରେ ସାମିଲ ହେବା ଲାଗି ସେମାନଙ୍କ କ୍ଷମତା ଉପରେ ପ୍ରଭାବ ପଡିବ ବୋଲି ଆକଳନ କରାଯାଇଛି। 

ବ୍ରାଜିଲରେ ହୋଇଥିବା ଏହି ଅଧ୍ୟୟନ ବ୍ରିଟିଶ ଜର୍ଣ୍ଣାଲ ଅଫ ନ୍ୟୁଟ୍ରିସନରେ ପ୍ରକାଶିତ ହୋଇଛି।  ଏହି ଅଧ୍ୟୟାନକୁ ଏଥିଲାଗି ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ଏଥିରେ ପ୍ରଥମେ ଛୋଟ ପିଲା ଓ ପରେ ଅଲ୍ଟ୍ରା ପ୍ରୋସେସଡ୍ଫୁଡର ପ୍ରଭାବକୁ ମପାଯାଇଛି। ଏହି ଅଧ୍ୟୟନକୁ ଆଧାରକରି ବୈଜ୍ଞାନିକମାନେ ପୁଣି ଥରେ ପିଲାଙ୍କ ଲାଗି  ଘର ତିଆରି ଖାଦ୍ୟ ହିଁ ସବୁଠାରୁ ଉତ୍ତମ ବୋଲି କହିଛନ୍ତି।

୩ ହଜାର ୪୯୮ ପିଲାଙ୍କ ଉପରେ କରାଯାଇଥିବା ଅଧ୍ୟୟନରେ ପିଲାଙ୍କ ଅଲ୍ଟ୍ରା ପ୍ରୋସେସଡ୍ ଫୁଡ ଖାଇବା ପରବର୍ତ୍ତି ସମୟରେ ଅଣ ସଂକ୍ରମିତ ରୋଗ ଦ୍ୱାରା ଆକ୍ରାନ୍ତ ହେବାର ବିପଦ ବଢାଉଥିବା ଆଶଙ୍କା କରାଯାଉଛି। ଏଣୁ ଛୋଟ ପିଲାଙ୍କ ମଧ୍ୟରେ ଅଲ୍ଟ୍ରା ପ୍ରୋସେସଡ ଫୁଡର ପ୍ରଚଳନକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି। କାରଣ ଏହା ପିଲାଙ୍କୁ ବେଶ୍ ସ୍ୱାଦିଷ୍ଟ ଲାଗୁଥିବା ବେଳେ ଏପରି ଖାଦ୍ୟର ପ୍ରଚାର ଓ ପ୍ରସାର ପାଇଁ କମ୍ପାନୀମାନେ ବେଶ ବ୍ୟୟ ମଧ୍ୟ କରୁଛନ୍ତି। ଯାହା ଦ୍ୱାରା ସେମାନଙ୍କ ମାର୍କେଟିଂ ହେଉଥିବା କୁହାଯାଇଛି।

   Related Posts