Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଦୀପାବଳିରେ ଆଜମା ପୀଡ଼ିତ ପିଲାଙ୍କର ହୋଇପାରେ ସ୍ୱାସ୍ଥ୍ୟ ସମସ୍ୟା, ସାବଧାନ ରହୁନ୍ତୁ ଅଭିଭାବକ

22/10/2022 at 7:21 PM

ନୂଆଦିଲ୍ଲୀ ୨୨।୧୦: ଆଲୋକର ପର୍ବ ଦୀପାବଳି ଲାଗି ଲୋକଙ୍କ ମନରେ ଅନେକ ଆଗ୍ରହ ଓ ଉଦ୍ଦିପନା। ଦୀପମାଳାରେ ଘର ସଜେଇବେ ଲୋକେ, ସାଙ୍ଗକୁ ଆତସବାଜୀ ମଧ୍ୟ କରିବେ। ତେବେ ଦୀପାବଳିରେ ଆଜମା ଥିବା ପିଲା ଓ ଲୋକଙ୍କଠାରେ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ। ଏଣୁ ଏପରି ପରିସ୍ଥିତିରେ ନିଶ୍ୱାସ ପ୍ରଶ୍ୱାସ ସମସ୍ୟା ଥିବା ଲୋକ ଓ ପିଲାଙ୍କ ଲାଗି ଖାସ ସତର୍କତା ଅବଲମ୍ବନ ବାଞ୍ଛନୀୟ। ଏଣୁ ଏ ବାବଦେ ସରକାର ପୂର୍ବରୁ ସତର୍କ କରାଇ ଦେଇଛନ୍ତି।

ଆଜମା ଏକ ନିଶ୍ୱାସ ପ୍ରଶ୍ୱାସ ସମ୍ପର୍କିତ ସ୍ୱାସ୍ଥ୍ୟ ପରିସ୍ଥିତି ଯାହା ଉଭୟ ପିଲା ଓ ବୟସ୍କ ସମସ୍ତଙ୍କୁ ପ୍ରଭାବିତ କରିପାରେ। ଦୁଃଷିତ ବାୟୁରେ ଏପରି ଲୋକେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି। ଏପରି ରୋଗୀଙ୍କ ଠାରେ ନିଶ୍ୱାସ ଛାଡିବା ବେଳେ ଘଡଘଡ ଶବ୍ଦ ଆସିଥାଏ। ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ହୋଇଥାଏ। ଏପରି ପରିସ୍ଥିତି ସୃଷ୍ଟି ହେଲେ ବୟସ୍କ ହୁଅନ୍ତୁ କି ପିଲା ସହଜରେ ଶୋଇ ପାରିନଥାନ୍ତି। ଛାତି ଭରିଯିବା ପରି ଲାଗେ। ଥକ୍କା ଅନୁଭବ କରିଥାନ୍ତି।

ବାୟୁ ପ୍ରଦୂଷଣ ଆଜମା ଲକ୍ଷଣକୁ ଖରାପ କରିପାରେ। ଏଥିରେ ଦୀପାବଳି ଏପରି ଏକ ସମୟରେ ହୁଏ ଯେତେବେଳେ ଦେଶର ବାୟୁ ଗୁଣମାନ ସବୁଠୁ ଖରାପ ଥାଏ। ଏହି ସମୟରେ ପବନରେ ଓଜନ ସ୍ତର ବଢି ରହିଥାଏ। ଯେଉଁଥିରେ ହାନିକାରକ ଗ୍ୟାସ ମଧ୍ୟ ଥାଏ। ଫଳରେ ସ୍ମଗ ବା କୁହୁଡି ହେବା ଆଜମା ଆକ୍ରାନ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। କାରଣ ଓଜନ ଆଜମାକୁ ଟ୍ରିଗର କରିଥାଏ। ଅତ୍ୟଧିକ ଆଜମାରେ ଫୁସଫୁସକୁ ବ୍ୟାୟୁ ମାର୍ଗକୁ ବାଧିତ କରିଥାଏ ଫଳରେ ଫୁସଫୁସ୍‌ ର କାର୍ଯ୍ୟରେ ବାଧା ଉପୁଜିଥାଏ।

ଏଣୁ ଦୀପାବଳି ବେଳେ ଏହି ସବୁ ସତର୍କତା ଅବଲମ୍ବନ କରିବା ଜରୁରି। ଏଥିରେ ପିଲାକୁ ଘରୁ ପଦାକୁ ଯିବାକୁ ଦିଅନ୍ତୁନି। ତାକୁ ଇଣ୍ଡୋର ଗତିବିଦ୍ଧିରେ ବ୍ୟସ୍ତ ରଖନ୍ତୁ। ଯଦି ବାହାରକୁ ଯାଉଛି ତେବେ ମୁହଁରେ ମାସ୍କ ଲଗାନ୍ତୁ। ତାଙ୍କ ସହ ଇନହେଲର ରଖନ୍ତୁ।

   Related Posts