ଜନ୍ମ ପ୍ରମାଣ ପତ୍ରରେ ନାବାଳିକା, ମାଟ୍ରିକ୍ ସାର୍ଟିଫିକେଟ୍‌ରେ ପୁରିଯାଇଛି ୧୮ବର୍ଷ : ବାଲ୍ୟ ବିବାହ ରୋକିବାକୁ ଯାଇ ଫେରିଲେ ଶିଶୁ ମଙ୍ଗଳ ଅଧିକାରୀ

Published By : Prameya-News7 Bureau | May 08, 2025 IST

ଭୁବନ ୮ବାଲ୍ୟ ବିବାହ ରୋକିବା ନିମନ୍ତେ ଦେଶରେ ସ୍ବତନ୍ତ୍ର ଆଇନ ରହିଛି । ତେବେ ବାଲ୍ୟ ବିବାହ ରୋକିବାକୁ ଯାଇ ନାକେଦମ୍ ହୋଇଛନ୍ତି ଶିଶୁ ମଙ୍ଗଳ ଅଧିକାରୀ । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅଞ୍ଚଳରେ । 

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳରେ ନାବାଳିକା ଝିଅର ବାହାଘର ତାଙ୍କ ଶ୍ବଶୁର ଘରେ ପ୍ରସ୍ତୁତି ଚାଲିଥିଲା । ମାନବାଧିକାର କର୍ମୀ ତଥା ସିଭିଲ ସୋସାଇଟି ଫୋରମର ସମ୍ପାଦକଙ୍କ ଅଭିଯୋଗ କ୍ରମେ ରାଜ୍ୟ ଶିଶୁ  ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ଭୁବନ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଭାଗବତୀ ଗୁରୁ ପୋଲିସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଝିଅର ଆଧାର କାର୍ଡରେ ଜନ୍ମ ତାରିଖ ୨୦୦୮ ମସିହା ଥିବା ଓ ଅଙ୍ଗନଓ୍ବାଡି କେନ୍ଦ୍ରରେ ମଧ୍ୟ ସମାନ ଜନ୍ମ ପଞ୍ଜିକରଣ ଥିବାରୁ ଚିନ୍ତାରେ ପଡିଥିଲେ ଅଧିକାରୀ । ପରିଶେଷରେ ଝିଅଙ୍କ ମାଟ୍ରିକ ପ୍ରମାଣ ପତ୍ରରେ ୧୮ବର୍ଷ ପୁରିଯାଇଛି କହି ବିବାହକୁ ସ୍ବୀକୃତି ଦେଇ ଫେରିଆସିଥିଲେ । ତେବେ ଝିଅର ଜନ୍ମ ପ୍ରମାଣପତ୍ରରେ ନାବାଳିକା ଥିବା ଜଣାପଡିଛି ।

You Can Read:

ଚାକିରି ପ୍ରଲୋଭନ ଦେଖାଇ ୭ ଲକ୍ଷ ଟଙ୍କା ହଡ଼ପ, ନୟାଗଡରୁ ୩ ଅଭିଯୁକ୍ତ ଗିରଫ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.