ପିଲାଚୋର ଆତଙ୍କ

Published By : Prameya-News7 Bureau | June 11, 2018 IST

କନ୍ଧମାଳ ଜିଲ୍ଲା ଫୁଲବାଣୀ ଓ ବାଲିଗୁଡା ଅଞ୍ଚଳରେ ପିଲାଚୋର ଆତଙ୍କ । ଫୁଲବାଣୀ ଜିରିଙ୍କପଡା ଶଗଡିଆ ସାହି ଅଞ୍ଚଳରୁ ଜଣଙ୍କୁ କାବୁ କରି ସ୍ଥାନୀୟ ଲୋକେ ପୋଲିସ ଜିମା ଦେଇଚନ୍ତି । ଗତକାଲି ରାତି ପ୍ରାୟ ୨ଟା ବେଳେ ଜଣେ ଅପରିଚିତ ବ୍ୟକ୍ତି ଶଗଡିଆ ସାହିରେ ଜଣଙ୍କ ଘରେ ପଶି ପିଲାଚୋରି କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ସେହିପରି ବାଲିଗୁଡା ଥାନା ରୁତୁଙ୍ଗିଆ ଅଞ୍ଚଳରେ ମଧ୍ୟ ପିଲାଚୋର ଆତଙ୍କ । ୩ଜଣ ଅଚିହ୍ନା ଯୁବକ ପିଲାମାନଙ୍କ ସହ କଥା ହୋଇ ତାଙ୍କୁ ବିସ୍କୁଟ୍ ଦେଉଥିଲେ । ସନ୍ଦେହରେ ପୋଲିସ ୩ଜଣଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ଅଟକ ସମସ୍ତ ଯୁବକ ଯାଜପୁର ଛତିଆ ଅଞ୍ଚଳର ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.