ପାରଳାଖେମୁଣ୍ଡିରେ ପିଲା ଚୋର ଆତଙ୍କ

Published By : Prameya-News7 Bureau | May 23, 2018 IST

ପାରଳାଖେମୁଣ୍ଡିରେ ପିଲା ଚୋର ଆତଙ୍କ । କିଛି ଦୁର୍ବୃତ୍ତ ପିଲାଙ୍କୁ ଉଠାଇ ନେଉଛନ୍ତି, ସୁଯୋଗ ଦେଖି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଛନ୍ତି, ଛଡାଇ ନେଉଛନ୍ତି ଗହଣା । ଏମିତି କିଛି ପ୍ରଚାରିତ ହେବା ପରେ ପାରଳାଖେମୁଣ୍ଡିରେ ଆତଙ୍କ ଖେଳିଯାଇଛି । ଏମିତି ଭୟ-ଆତଙ୍କ ଯେ, ରାତି ଅନିଦ୍ରା ରହି ଜଗୁଛନ୍ତି ଲୋକେ । ଠେଙ୍ଗା ବାଡ଼ି ଧରି ରାତି ସାରା ପଇଁତରା ମାରୁଛନ୍ତି । ପିଲାରୁ ବୁଢ଼ା ଯାଏଁ ସମସ୍ତେ ବ୍ୟସ୍ତ ବିବ୍ରତ । ରାତିରେ ନଶୋଇ ଘର ଜଗୁଛନ୍ତି, କାଳେ କିଏ ଅଜଣା ଲୋକ ପଶି ଆସିବ । ଘରୁ ବି ପଦାକୁ ବାହାରୁ ନାହାନ୍ତି ଅନେକ । ଏମିତିକି ଅଚିହ୍ନା ଲୋକକୁ ଦେଖିଲେ ଗାଁ ଲୋକେ ତାକୁ ଘେରିଯାଇ ପଚରା ଉଚରା କରୁଛନ୍ତି । କିନ୍ତୁ ସେଭଳି କୌଣସି ସନ୍ଦିଗ୍ଧଙ୍କୁ ଏବେ ଯାଏଁ ଅଟକ ରଖାଯାଇନି । ସେପଟେ ଘଟଣାକୁ ଗୁଜବ ବୋଲି କହିଛି ପୋଲିସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.