ଥମୁନି ପିଲା ଚୋରି ଆତଙ୍କ
2/06/2018 at 5:47 AM

ରାଜ୍ୟ ପୋଲିସର ଆଡଭାଇଜରୀ ଜାରି ସତ୍ୱେ ପିଲା ଚୋରି ଗୁଜବ ଉପରେ କୌଣସି ପ୍ରଭାବ ପଡୁନି । ପୁଣି ଦେବଗଡ ଜିଲ୍ଲା କଣ୍ଟାପାଲିରେ ଏମିତି ଏକ ଘଟଣା ଘଟିଛି । ପିଲା ଚୋର ସନ୍ଦେହରେ ଗାଁ ଲୋକେ ୨ ଜଣ ଯୁବକଙ୍କୁ ଗଛରେ ବାନ୍ଧି ମାଡ ମାରିଛନ୍ତି । ଗାଁ ନିକଟସ୍ଥ ମାଙ୍କଡମୁଣ୍ଡା ଜଙ୍ଗଲରେ ୨ ଜଣ ଯୁବକ ବୁଲିଥିବା ବେଳେ କିଛି ଲୋକେ ଦେଖିଥିଲା । ଏ ନେଇ ଖବର ପାଇଁ ଗ୍ରାମବାସୀ ସେଠାକୁ ଗଲା ବେଳେ ସନ୍ଧିଗ୍ଧ ଯୁବକ ସ୍କୁଟି ଛାଡିଜଙ୍ଗଲ ଭିତରକୁ ଦଉଡିଥିଲେ । ତେବେ ଭଭୟଙ୍କୁ ଧରି ଗାଁ ଯାତ୍ରା ମଣ୍ଡପରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ୨ ଯୁବକଙ୍କୁ ଉଦ୍ଧାର କରିଛି ।
Related Posts
ବାଇକ୍ ଭିତରୁ ଆଠ ଫୁଟ୍ ଲମ୍ୱର ଅଜଗର ସାପ ଉଦ୍ଧାର
5 July 2022