ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

କୁନି ବୟସରେ ନିଖୁଣ କଳାକାରୀ, ମୃଦଙ୍ଗ ବଜାଇ ଜିଣୁଛନ୍ତି ମନ

3/02/2023 at 9:46 AM

ମାହାଙ୍ଗା ୦୩/୦୨: ଏବେ ଯୁବ ପୀଢ଼ି ପୁରୁଣା କଳା ସଂସ୍କୃତି ଓ ବାଦ୍ୟ ଯନ୍ତ୍ରକୁ ଭୁଲି ଆଧୁନିକ ବାଦ୍ୟଯନ୍ତ୍ରକୁ ଆପଣେଇ ନେଉଛନ୍ତି । ତେବେ ଜଣେ କୁନି ପିଲାଟି ପୁରୁଣା ସଂସ୍କୃତି ସହିତ ଜଡ଼ିତ ମୃଦଙ୍ଗ ବାଦ୍ୟକୁ ଆପଣେଇ ନେଇ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ । ୭ ବର୍ଷ ବୟସରୁ କଅଁଳ ହାତରେ ଦୀର୍ଘ ସମୟ ଧରି ଅତି ସୁନ୍ଦର ଭାବରେ ମୃଦଙ୍ଗ ଓ ହାର୍ମୋନିଅମ୍ ବଜାଇ ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।

କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଧାରୋଶ୍ୟାମ ସୁନ୍ଦରପୁର ଗ୍ରାମର ଚତୁର୍ଥ ଶ୍ରେଣୀରେ ପାଠ ପଢନ୍ତି ରଞ୍ଜନ ନାୟକଙ୍କ ପୁଅ ରୁଦ୍ରନାରାୟଣ ନାୟକ । ୭ ବର୍ଷ ବୟସରୁ ଅତି ନିର୍ଭୁଲ ଭାବେ ଦୀର୍ଘ ସମୟ ଧରି ମୃଦଙ୍ଗ ବଜାଉଛନ୍ତ । କରୋନା ସମୟରେ ବିଦ୍ୟାଳୟ ବନ୍ଦ ହୋଇଯାଇଥିବା ବେଳେ ଘର ପାଖରେ ଥିବା ମନ୍ଦିରରେ ପ୍ରତିଦିନ ଭଜନ କୀର୍ତ୍ତନ ସ୍ଥଳକୁ ଯାଆନ୍ତି ।

ସେଠାରେ ବିଭିନ୍ନ ବାଦ୍ୟଯନ୍ତ୍ର ବାଜୁଥିବା ବେଳେ ମୃଦଙ୍ଗ ବାଦକ ମିଳନ୍ତି ନାହିଁ । ରୁଦ୍ର ମୋବାଇଲ୍ ଖେଳ ଆଦିରେ ମନ ନଦେଇ ଜେଜେବାପାଙ୍କ ପରାମର୍ଶ କ୍ରମେ ମୃଦଙ୍ଗ ଶିକ୍ଷା ଗ୍ରହଣ କରନ୍ତି । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଧାର୍ମିକ ପାରମ୍ପରିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାହୁଲ ମୃଦଙ୍ଗ ବାଦନ କାରି ଭାବେ ବେଶ ପ୍ରଶଂସିତ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

   Related Posts