ବ୍ରହ୍ମପୁର ଏମକେସିଜିରୁ ଚୋରି ହୋଇଥିବା ନବଜାତ ଶିଶୁ କନ୍ୟା ଉଦ୍ଧାର
23/09/2018 at 9:37 AM

ଗଞ୍ଜାମ ୨୩|୯: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମକେସିଜିରୁ ଚୋରି ହୋଇଥିବା ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଶିଶୁ କନ୍ୟାକୁ ଉଦ୍ଧାର କରିଛି ବୈଦ୍ୟନାଥପୁର ଥାନା ପୋଲିସ । ଉଦ୍ଧାର ପରେ ଶିଶୁଟିକୁ ଲେବର ରୁମ୍ ରେ ରଖାଯାଇଛି । ଘଟଣାରେ ଜଣକୁ ଅଟକ ରଖିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ଗତକାଲି କବିସୂର୍ଯ୍ୟନଗର କ୍ଲବ୍ ଅନ୍ତର୍ଗତ ରାମସା ନାରାୟଣପୁର ଗ୍ରାମର ଭିକାରୀ ନାହାକଙ୍କ ସ୍ତ୍ରୀ ଜ୍ୟୋତି ନାହାକଙ୍କ ନବଜାତ ଶିଶୁ କନ୍ୟାକୁ ବ୍ରହ୍ମପୁର ଏମକେସିଜିରୁ କେହି ଚୋରି କରିନେଇଥିଲେ । ଜ୍ୟୋତିଙ୍କ ମାଆ ଶିଶୁ କନ୍ୟାକୁ ଟିକା ଦେବା ପାଇଁ ଆଉଟଡୋର ନେଇଥିଲେ । ଟିକା ଦେବା ସଂପର୍କରେ ଇନଡୋରରେ ଜଣେ ଅଜଣା ମହିଳା ତାଙ୍କୁ କହିଥିଲା । ଆଉଟଡୋର ଯିବା ପରେ କାଉଣ୍ଟରରୁ ଟୀକା ଦେବା ସଂପର୍କୀୟ ଟିକେଟ୍ ଆଣିବାକୁ କନ୍ୟାର ଆଈଙ୍କୁ ମହିଳା ଜଣକ ପଠାଇ ନବଜାତ ଶିଶୁକୁ ଧରି ସେ ଚମ୍ପଟ୍ ମାରିଥିଲା ।