oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଅକ୍ସିଜେନ୍‌ ପ୍ଲାଣ୍ଟରୁ ଶିଶୁ ଶ୍ରମିକ ଉଦ୍ଧାର ଘଟଣା, ପୂର୍ତ୍ତ ବିଭାଗ ନାଁରେ ମାମଲା ରୁଜୁ କଲା ଶ୍ରମ ବିଭାଗ

12/08/2021 at 2:00 PM

ରାୟଗଡ଼ା ୧୨।୦୮: ପୂର୍ତ୍ତ ବିଭାଗ ନାମରେ ଥାନାରେ ଅଭିଯୋଗ କଲା ରାୟଗଡ଼ା ଜିଲ୍ଲା ଶ୍ରମ ବିଭାଗ । ରାୟଗଡ଼ା ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଛି । ଶିଶୁ ଶ୍ରମିକ ଉଦ୍ଧାର ଘଟଣା ଥାନାରେ ଅଭିଯୋଗ ହୋଇଛି ।  ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଗତ ୫ ତାରିଖ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମାଣାଧିନ ଅକ୍ସିଜେନ ପ୍ଲାଣ୍ଟରେ ୧୨ ଜଣ ଶିଶୁ ଶ୍ରମିକ କାର୍ଯ୍ୟ କରୁଥିଲେ। ଏହା ଜଣାପଡିବା ପରେ ଶ୍ରମ ବିଭାଗ ଓ ଚାଇଲ୍ଡ ଲାଇନ ମିଳିତ ଭାବେ ଚଢାଉ କରି ଉକ୍ତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ଏହାପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ଏହି ଘଟଣା ନେଇ ସହକାରୀ ଶ୍ରମ ଅଧିକାରୀ ରାୟଗଡା ଥାନାରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାର ନାମରେ ମାମଲା ରୁଜୁ ହୋଇଛନ୍ତି । ଜଣେ ଡିଏସପି ଏହି ଘଟଣାର ତଦନ୍ତ ବର୍ତ୍ତମାନ କରୁଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସପି। ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ସରକରୀ ଅଫିସ ଆଉ ଏକ ସରକାରୀ ଅଫିସ ନାଁର ଅଭିଯୋଗ ଆଣିଛି ।

   Related Posts