ପ୍ରତିଦିନ ୭ ଶିଶୁ ହେଉଛନ୍ତି ଯୌନ ନିର୍ଯାତନାର ଶିକାର, ଚିନ୍ତା ପ୍ରକାଶ କଲା ଇଣ୍ଟରପୋଲ

Published By : Prameya-News7 Bureau | October 17, 2022 IST

ନୂଆଦିଲ୍ଲୀ: ବୃଦ୍ଧି ପାଉଥିବା ଶିଶୁ ଯୌନ ନିର୍ଯାତନାକୁ ନେଇ ଇଣ୍ଟରପୋଲ ଚିନ୍ତା ପ୍ରକାଶ କରିଛି । ଇଣ୍ଟରପୋଲର ସିକ୍ୟୁରିଟି ଜେନେରାଲ ଜର୍ଗନ ଷ୍ଟକ ସୋମବାର ଏହା ଉପରେ ବଡ଼ ବୟାନ ଦେଇଛନ୍ତି । ତାଙ୍କ ଅନୁସାରେ ଅନ୍ତରାଷ୍ଟ୍ରୀୟ ଚାଇଲ୍ଡ ସେକ୍ସୁଆଲ ଏକ୍ସପ୍ଲୟଟେସନ ଡାଟାବେସରୁ ସାଂଘାତିକ ତଥ୍ୟ ସାମନାକୁ ଆସିଛି । ଏହା ଅନୁସାରେ ପ୍ରତିଦିନ ହାରାହାରି 7 ଜଣ ଶିଶୁ ଯୌନ ନିର୍ଯାତନାର ଶିକାର ହେଉଛନ୍ତି । ଏହାସହ ଅପରାଧ ଯୋଗୁଁ ସମାଜ ଉପରେ ପଡୁଥିବା ପ୍ରଭାବ ବିଷୟରେ ସେ ଆଲୋକପାତ କରିଛନ୍ତି ।

ଇଣ୍ଟରପୋଲର ସେକ୍ରେଟାରୀ ଜେନେରାଲ ଜର୍ଗନ ଷ୍ଟକ କହିଛନ୍ତି, ପ୍ରତିଦିନ ସାତ ଜଣ ଶିଶୁଙ୍କୁ ଯୌନ ନିର୍ଯାତନା ଦିଆଯାଉଛି । ଏହାସହ ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୩୦ ହଜାର ପୀଡିତଙ୍କୁ ଚିହ୍ନଟ କରାଯାଇଛି । ଷ୍ଟକ କହିଛନ୍ତ ଦୁନିଆରେ ସବୁଠୁ ସହଜ ଶିକାର ହେଉଛନ୍ତି ଶିଶୁ । ସେମାନଙ୍କୁ ଏହିପରି ନିର୍ଯାତନାରୁ ରକ୍ଷା କରିବା ପାଇଁ ଲଢେଇକୁ ଅଧିକ ଜୋରଦାର କରାଯିବା ଦରକାର ବୋଲି କହିଛନ୍ତି।

wp:html /wp:html

ଇଣ୍ଟରପୋଲ ଅନୁସାରେ ବାସ୍ତବିକ ଦୁନିଆ ସହ ଭର୍ଚୁଆଲ ଦୁନିଆରେ ମଧ୍ୟ ହିଂସା ବୃଦ୍ଧି ପାଇଛି । ଏଥିଯୋଗୁଁ ସାମାଜିକ ଏବଂ ଆର୍ଥିକ ରୂପେ ଖରାପ ପ୍ରଭାବ ପଡୁଛି । ଇଣ୍ଟରପୋଲ ସେକ୍ରେଟାରୀ ଜେନେରାଲ କହିଛନ୍ତି, ଏହି ଅପରାଧ ଗୁଡିକର ପ୍ରଭାବରୁ ସରକାର ଏବଂ ବ୍ୟବସାୟ ମଧ୍ୟ ଅଛୁଆଁ ନାହାନ୍ତି । ସଂଗଠିତ ଅପରାଧ(ଅର୍ଗାନାଇଜଡ କ୍ରାଇମ)ରୁ କୋଟି କୋଟି ଡଲାରର ଆୟ କରାଯାଇଥାଏ । ସେ କହିଛନ୍ତି, ଏହା ମଧ୍ୟରେ ଚୋରି ସମ୍ପତ୍ତି ଗୁଡିକୁ ଅପରାଧିଙ୍କ ହାତରେ ପହଞ୍ଚୁଛି, ଯାହା ଏକ ବଡ଼ ଚିନ୍ତାର ବିଷୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.