ଉଦବେଗଜନକ: ୨୧ତାରିଖରୁ ୨୩ ତାରିଖ ଭିତରେ ୪ଟି ନାବାଳିକା ଦୁଷ୍କର୍ମ ଓ ହତ୍ୟାଘଟଣା, ଅନୁଗୁଳ ପିଡୀତାଙ୍କୁ ଏସସିବିରେ ଭେଟିଲେ ଶିଶୁ ସୁରକ୍ଷା କମିଶନର ଟିମ୍

Published By : Prameya-News7 Bureau | July 23, 2019 IST

ଭୁବନେଶ୍ବର୨୩|୭; ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ନାବାଳିକା ଗଣଦୁଷ୍କର୍ମ, ଶିଶୁ ନିଖୋଜ ସଙ୍ଗୀନ ଘଟଣା । ଗତ୨୧ତାରିଖରେ ଅନୁଗୋଳରେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଏଯାଏ ଅପରାଧୀଙ୍କ ଟେର ପାଉନି ପୋଲିସ ।  ଦୁଷ୍କର୍ମର ଶିକାର ନାବାଳିକାକୁ ଆଜି କଟକ ଏସ.ସି.ବି ମେଡିକାଲର ଭେଟିଛନ୍ତି ରଜ୍ୟ ଶିଶୁ ସୁରକ୍ଷା କମିଶନର ଏକ ଟିମ୍ । ସେପଟେ ଅନୁଗୋଳ ପରେ ଏବେ ସୁନ୍ଦରଗଡ ଜିଲ୍ଲାରୁ ଆସିଛି ୩ଟି ଦୁଷ୍କର୍ମ ମାମଲା । ବାରମ୍ବାର ଏଭଳି ଆଇନଶୃଙ୍ଖଳା ସ୍ଥିତି ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ଉଠାଇଛି ବଡ ପ୍ରଶ୍ନ …..

{"id":136624}

ଅନୁଗୋଳରୁ ସୁନ୍ଦରଗଡ । ଥମୁନି ଶିଶୁ ଓ ନାବାଳିକା ଦୁଷ୍କର୍ମ, ହତ୍ୟା, ନିଖୋଜ ଭଳି ସଙ୍ଗୀନ ମାମଲା । ଗତ ୨୧ ତାରିଖ ଅନୁଗୋଳରେ ନାବାଳିକା ଦୁଷ୍କର୍ମ ଘଟଣାରେ ଏଯାଏଁ  ବି ପୋଲିସ ହାତ ଖାଲି । ଟିମ୍ ଗଠନ କରି ଖୋଳତାଡ କରୁଥିଲେ ବି ଅପରାଧୀକୁ ଧରିବାରେ ସକ୍ଷମ ହୋଇପାରିନି ଅନୁଗୋଳ ପୋଲିସ ।  କଟକ ଏସ.ସି.ବିରେ ଚିକତ୍ସାଧୀନ ଶିଶୁକୁ ଭେଟିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା କମିଶନର ଏକ ଟିମ୍‌ । ଶିଶୁକନ୍ୟାର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଚିକତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଦୋଷୀଙ୍କ ବିରୋଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି ।

{"id":136625}

ସେପଟେ ଅନୁଗୋଳ ପରେ ଏବେ ସୁନ୍ଦରଗଡ ଜିଲ୍ଲାରୁ ଆସିଛି ୩ଟି ସମାନ ଧରଣର ମାମଲା ।  ସୁନ୍ଦରଗଡହେମଗିରୀ ଥାନା ଗୋପାଳପୁର କଲୋନୀ ପଡାର ଜଣେ ୧୫ବର୍ଷୀୟ ନାବାଳିକା ଗାଁ ନିକଟ ନାଳକୁ ଶୌଚ ପାଇଁ ଯାଇ ୩ଦିନ ହେଲା ନିଖୋଜ ଥିଲା । ଗତକାଲି ଅପରାହ୍ନରେ ଗାଁ ପାଖ ଜଙ୍ଗଲରୁ ନାବାଳିକାର ମୃତ ଦେହ ଉଦ୍ଧାର କରାଯାଇଛି ।  ନାବାଳିକାଙ୍କୁ ଗଣ ଦୁଷ୍କର୍ମ ସହ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ହେମଗିରି ପୋଲିସ ଏଯାଏଁ ଅପରାଧୀଙ୍କ କୌଣସି ସୁରାଗ ପାଉନି ।

{"id":136626}

 ସେହିପରି ଏକତରଫା ପ୍ରେମକୁ ନେଇ ରାଜଗାଙ୍ଗପୁର ବାବୁଡ଼ହି  ଟେକାପଡା ଜଙ୍ଗଲରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ଘଟଣାରେ ରମେଶ ଏକ୍କା ନାମକ ଯୁବକକୁ ଗିରଫ କରିଛି ପୋଲିସ । ସେପଟେ ବୀରମିତ୍ରପୁର ହରପାଲି ବସ୍ତି ଅଞ୍ଚଳରେ ଗତ ୮ତାରିଖ ଦିନ ନାବାଳିକାକୁ ଗଣ ଦୁଷ୍କର୍ମ ସହ ଭିଡ଼ିଓ ସୁଟିଙ୍ଗ କରି ଭାଇରାଲ କରିଥିବା  ଲିଖିତ ଅଭିଯୋଗ ହୋଇଛି ବୀରମିତ୍ରପୁର ଥାନାରେ । ଏହି ଘଟଣାରେ ୫ରୁ ୬ଜଣ ଯୁବକଙ୍କ ନାଁରେ ଅଭିଯୋଗ  ହୋଇଥିବା ବେଳେ ମାତ୍ର ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ

{"id":136627}

ରାଜ୍ୟରେ ବଢିଚାଲିଥିବା ଦୁଷ୍କର୍ମ, ଶିଶୁ ନିଖୋଜ ଓ ରାହାଜାନୀ ଭଳ ଘଟଣା ଲୋକଙ୍କ ଧନଜୀବନର ସୁରକ୍ଷା ଓ ଆଇନଶୃଙ୍ଖଳା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.