ମାତ୍ରାଧିକ ଇଞ୍ଜେକ୍ସନ ଯୋଗୁଁ ୬ମାସର ଶିଶୁ ପୁତ୍ରର ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | March 03, 2020 IST

ଯାଜପୁର ୩।୩: ମାତ୍ରାଧିକ ଇଞ୍ଜେକ୍ସନ ନେଲା ଶିଶୁ ପୁତ୍ରର ଜୀବନ । ୬ ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ମହେଶ୍ବରପୁର ପଂଚାୟତ ଚାନ୍ଦପୁର ଗାଁରେ ।

ସୂଚନାଯୋଗ୍ୟ ଯେ, ଚାନ୍ଦପୁର ଗାଁର କସି ରୁଦିନ ଖାଁଙ୍କ ୬ ମାସର ଶିଶୁପୁତ୍ରକୁ ଗତକାଲି ଥଣ୍ଡା ଜ୍ବର ହୋଇଥିଲା । ଶିଶୁକୁ ବ୍ରହ୍ମ ପରଦା ବ୍ୟାଙ୍କ ସ୍ଥିତ ନ୍ୟୁ-ଲାଇଫ୍ ଏକ ଘରୋଇ କ୍ଲିନିକକୁ ନେଇଥିଲେ । ସେଠାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଏକ ମାତ୍ରାଧିକ ଇଂଜେକସନ ନେବାର ମାତ୍ର ପାଞ୍ଚ ମିନିଟ୍ ଭିତରେ ଗୁରୁତର ହୋଇପଡିଥିଲା ଶିଶୁପୁତ୍ରଟି । ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ଶିଶୁ ପୁତ୍ରଟିକୁ ମୃତ୍ୟୁ ଘୋଷଣା କରିଥିଲେ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.