Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଚିକିତ୍ସାଧିନ ଅବସ୍ଥାରେ ସାଢେ ୩ବର୍ଷ ଶିଶୁର ମୃତ୍ୟୁ, ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର

15/03/2023 at 5:29 PM

ବଲାଙ୍ଗୀର ୧୫।୩: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଶିଶୁର ମୃତ୍ୟୁ ଅଭିଯୋଗ । ଶିଶୁର ମୃତଦେହ ଧରି ହସ୍ପିଟାଲ ବାହାରେ କାନ୍ଦି କାନ୍ଦି ଅଭିଯୋଗ କଲେ ପରିବାର ଲୋକ ।  ଚିକିତ୍ସା ଅବହେଳାରୁ ପୁଅର ମୃତ୍ୟୁ ହୋଇଛି ବୋଲି ବାପା-ମା’ କାନ୍ଦି କାନ୍ଦି ଚିତ୍କାର କରୁଥିଲେ ।

ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ତଳେ ପୁଇଁତଲା ଥାନା ବୁବେଲ ଗାଁର ପାନ ଦୋକାନୀ ଗୋପାଳ ନାଏକ ନିଜ ସାଢେ ତିନି ବର୍ଷର ପୁଅକୁ ଝାଡା ହେଉଥିବାରୁ ହସ୍ପିଟାଲ ଆଣିଥିଲେ । ଡାକ୍ତର ପ୍ରାଥମିକ ଚିକିତ୍ସା କରି ଛାଡି ଦେଇଥିଲେ । ତଥାପି ସୁସ୍ଥ ହୋଇନଥିଲା ଶିଶୁ । ଫଳରେ ବାପା-ମା’ ମଙ୍ଗଳବାର ପୁଣି ଡାକ୍ତର ଦେଖାଇବା ପାଇଁ ଆସିଥିଲେ । ହସ୍ପିଟାଲରେ କୌଣସି ପ୍ରକାର ପରୀକ୍ଷା ନକରି ଡାକ୍ତର ପୁଣି ଥରେ ଶିଶୁ ଟି ଠିକ ଠାକ ଅଛି ଘରକୁ ନେଇ ଯିବାକୁ କହିଥିଲେ | କିନ୍ତୁ ଘର ଲୋକେ ଜବରଦସ୍ତ ଶିଶୁତିକୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ତାପରେ ମଧ୍ୟ କୌଣସି ଚିକିତ୍ସା କରାଯାଇନଥିବା ଅଭିଯୋଗ ହୋଇଛି ।

ଶିଶୁଟିର ମୃତ୍ୟୁ ପରେ ଆମ୍ବୁଲାନ୍ସକୁ ଡାକି ଅନ୍ୟ ହସ୍ପିଟାଲକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିବା ଅଭିଯୋଗ କରିଛନ୍ତି ମୃତ ଶିଶୁର ବାପା । ଗୋପାଳଙ୍କ ଏ ଥିଲା ଦ୍ୱିତୀୟ ପୁଅ ହେଲେ ମାତ୍ର ସାଢ଼େ ତିନି ବର୍ଷରେ ମୃତ୍ୟୁ ଘଟିଥିବାରୁ ଭାଙ୍ଗିପଡ଼ିଥିଲେ ପରିବାର ଲୋକ । ମେଡ଼ିକାଲ କଲେଜରେ ଏଭଳି ବ୍ୟବସ୍ଥାକୁ ଦାୟୀ କରି ଅଭିଯୋଗ ଆଣିଥିଲେ ପରିବାର ଲୋକ । ସେପଟେ ଏନେଇ ହସ୍ପିଟାଲ ସୁପରିଟେଣ୍ଡେଣ୍ଟଙ୍କୁ ଯୋଗାଯୋଗ କରିବାରୁ ସେ ବୈଠକରେ ବ୍ୟସ୍ତଥିବା କହି ଘଟଣାକୁ ଏଡାଇ ଦେଇଥିଲେ । ତେବେ ଏନେଇ ପରିବାର ଲୋକ ନ୍ୟାୟ ପାଇଁ ଦାବି କରିଛନ୍ତି । 

   Related Posts