Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ଭିଏଲସି ମିଡିଆ ପ୍ଲେୟାର ବ୍ୟାନ୍, ଓ୍ୱେବସାଇଟରେ ଆସୁଛି ଆଇଟି ଆକ୍ଟ ମେସେଜ୍
  • ||
  • ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
  • ||
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

ବୁଧବାର ସନ୍ଧ୍ୟାରୁ ନିଖୋଜ ଥିଲା କାଳିଆ, କୂଅରୁ ମିଳିଲା ମୃତଦେହ

17/12/2020 at 9:20 AM

ଢେଙ୍କାନାଳ ୧୭।୧୨: ରାଜ୍ୟରେ ଥମିବାର ନାଁ ନେଉନି ଶିଶୁ ନିଖୋଜ ଘଟଣା । ବିଭିନ୍ନ ଜିଲ୍ଲାରୁ ଦିନକୁ ଦିନ ଶିଶୁ ନିଖୋଜର ଖବର ଆସିବାରେ ଲାଗିଛି । ଢେଙ୍କାନାଳରେ ବୁଧବାରଠାରୁ ନିଖୋଜ ହୋଇଥିବା ୩ ବର୍ଷ ଶିଶୁର ମୃତଦେହ କୂଅରୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁର ଚନ୍ଦନ ସାହୁଙ୍କ ୩ ବର୍ଷର ପୁଅ କାଳିଆ ବୁଧବାର ସନ୍ଧ୍ୟାରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କୁଆଡେ ଗାଏବ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ଶିଶୁର ସନ୍ଧାନ ମିଳିନଥିଲା । ଶିଶୁଟିକୁ କେହି ଅପହରଣ କରି ନେଇଥିବା ସନ୍ଦେହ କରାଯାଉଥିଲା ।

ତେବେ ଗୁରୁବାର ଘରଠାରୁ ଶହେ ମିଟର ଦୂର ଗାଁର କୂଅରୁ କଳିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ଘଟଣାସ୍ଥଳରେ ନିହଲପ୍ରସାଦ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ଶିଶୁର ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଛି ।

   Related Posts