ଗାଁ ନିକଟ ପୋଖରୀରୁ ଶିଶୁର ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ହତ୍ୟା ସନ୍ଦେହ

Published By : Prameya-News7 Bureau | June 24, 2021 IST

ରାଇରଙ୍ଗପୁର ୨୪।୬: ବହଳଦା ଥାନା ପିଠାକୁଟୁଣୀ ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ ପୋଖରୀରୁ ୫ ମାସ ଶିଶୁର ମୃତଦେହ ମିଳିବା ସ୍ଥାନୀୟ ଅଞ୍ଚଳରେ ଚାଂଚଲ୍ୟ ଖେଳାଇ ଦେଇଛି।

ସୂଚନାଯୋଗ୍ୟ ଯେ, ପିଠାକୁଟୁଣୀ ଗ୍ରାମର ରାଜେନ୍ଦ୍ର କିସ୍କୁ ନିଜ ସ୍ତ୍ରୀ ଓ ୫ ମାସର ପୁଅ ସହିତ ଶୋଇଥିଲେ । ତେବେ ରାତି ଅଧରେ ନିଦ ଭାଙ୍ଗି ଯିବାରୁ ଦେଖିଲେ ପାଖରେ ପୁଅ ନାହିଁ। ଆଖ ପାଖରେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ପୁଅକୁ ପାଇ ନ ଥିଲେ। ତେବେ ଆଜି ଦିନବେଳେ ଗାଁ ଲୋକେ ପୋଖରୀରେ ରାଜେନ୍ଦ୍ର କିସ୍କୁଙ୍କ ପୁଅ ଭାସୁଥିବା ଦେଖି ଖବର ଦେଇଥିଲେ। ସୂଚନା ପାଇ ପୋଲିସ ମୃତଦେହ ଉଦ୍ଧାର କରିଛି। ପାରିବାରିକ କଳହକୁ ନେଇ କେହି ଏପରି ଅମାନବୀୟ କାଣ୍ଡ କରିଥିବା ସନ୍ଦେହ କରାଯାଉଥିଲା ବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ଆସୁଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.