ଓଲଟିଲା ଧାନ ଅମଳ ମେସିନ୍ : ଶିଶୁ ମୃତ, ଜଣେ ଆହତ
30/11/2020 at 5:49 PM

ଝାରସୁଗୁଡା ୩୦।୧୧: ଓଲଟି ପଡିଲା ଧାନ ଅମଳ ମେସିନ । ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଝାରସୁଗୁଡା ଗାନ୍ଧୀ ଛକ ଫାଣ୍ଡି ଅନ୍ତର୍ଗତ ଚିଚିଣ୍ଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଗାନ୍ଧୀ ଛକ ଫାଣ୍ଡି ଅନ୍ତର୍ଗତ ଚିଚିଣ୍ଡା ଗାଁରେ ଧାନ ଅମଳ ଚାଲିଥିବା ବେଳେ ଅଘଟଣ ଘଟିଛି । ଧାନ ଅମଳ ମେସିନ ଓଲଟି ପଡିବାରୁ ଶିଶୁର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତ ଶିଶୁର ନାଁ ସୁଜଳ ଭୋଇ ବୋଲି ଜଣାପଡିଛି । ଆହତ ଜଣଙ୍କ ପୀୟୂଷ ପଟେଲ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।
Related Posts
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୪୬ ବଖରା ଘର; ବାସହୀନ ୨୨ ପରିବାର
2 February 2023
ବଦଳିଲା ନାଁ: ଓଡ଼ିଶା ଅଗ୍ନିଶମ ସହ ଯୋଡ଼ିହେଲା ଜରୁରୀ କାଳୀନ ସେବା
2 February 2023
ଜିଲ୍ଲା ଚିକିତ୍ସାଳୟର ପ୍ରସୂତି ୱାର୍ଡରୁ ନକଲି ଡାକ୍ତର ଗିରଫ
2 February 2023