ଚିକିତ୍ସା ପାଇଁ ଦୁଇ ମାସ ଶିଶୁ ପେଟରେ ଦେଲେ ୧୦ ଥର ଚେଙ୍କ, ଚାଲିଗଲା ଜୀବନ
17/03/2023 at 11:27 AM

ନୂଆପଡା ୧୭।୩: ଅନ୍ଧ ବିଶ୍ବାସର କରୁଣ ପରିଣତି । ନୂଆପଡା ଜିଲ୍ଲାରେ ପୁଣି ଘଟିଛି ଅଭାବନୀୟ ଘଟଣା । ଦୁଇ ମାସର ଶିଶୁ ପେଟରେ ଚେଙ୍କ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ବୋଡେନ ଥାନା କୁସୁମଖୁଣ୍ଟା ଗାଁର ଲାଲାଧର ବଚ୍ଛାଙ୍କ ଦୁଇ ମାସର ଶିଶୁ କୁଲଦୀପ ବଚ୍ଛାଙ୍କର ଜଣ୍ଡିସ, କଳାଶିର ସହ ପେଟ ଫୁଲିଥିଲା । କଳାଶିରା ରୋଗରୁ ରକ୍ଷା ପାଇବା ପାଇଁ ଗାଁରେ ଚୂଡିକୁ ଗରମ କରି ଚେଙ୍କ ଦିଆଯାଇଥିଲା । ଦୁଇ ମାସର ଶିଶୁ ପେଟରେ ୧୦ଥର ଚେଙ୍କ ଦିଆଯାଇଛି । ୫ ଦିନ ପରେ ଅଧିକ ଦେହ ଖରାପ ହେବାରୁ ପ୍ରଥମେ ଖଡିଆଳ ମିଶନ ହସ୍ପିଟାଲ ଓ ପରେ ବଲାଙ୍ଗିରକୁ ଚିକିତ୍ସା ପାଇଁ ନେଇଥିଲେ । ଗୁରୁବାର ଶିଶୁକୁ ଗୁରୁତର ଅବସ୍ଥାରେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
Related Posts
୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୟାର୍ଣ୍ଣିଂ ଜାରି
27 March 2023
ହାଇଓ୍ୱାକୁ ପିଟିଲା ବସ୍ : ୨ ମୃତ, ୨୫ ଆହତ
27 March 2023