ତ୍ରୁଟିପୂର୍ଣ୍ଣ ଟୀକା ନେଲା ଦେଢ ମାସ ଶିଶୁର ଜୀବନ ! ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ନାଁରେ ଅଭିଯୋଗ

Published By : Prameya-News7 Bureau | September 22, 2020 IST

ସାଲେପୁର ୨୨।୯: ତ୍ରୁଟିପୂର୍ଣ୍ଣ ଟୀକା ପ୍ରଦାନ ଯୋଗୁଁ ଦେଢ ମାସ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ମୃତ ଶିଶୁ ପୁତ୍ର କିଶନ ନଗର ଥାନା ଅନ୍ତର୍ଗତ ନେଉଟିଆକଣ ଗାଁର ପ୍ରକାଶ ସ୍ବାଇଁଙ୍କ ପୁଅ ।

{"id":332993,"sizeSlug":"large"}

ସୂଚନା ଅନୁସାରେ, ଶିଶୁ ପୁତ୍ରକୁ କିଶନ ନଗର କଲରାବାଙ୍କ ଫାଣ୍ଡି ଅନ୍ତର୍ଗତ ତିଆଡିସହି ମାଣିତୋଟା ସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ ଟୀକା ଦିଆଯାଇଥିଲା । ତେବେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ତ୍ରୁଟିପୂର୍ଣ୍ଣ ଟୀକା ପ୍ରଦାନ ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ବିନା ସ୍ବାସ୍ଥ୍ୟ ପରୀକ୍ଷାରେ ଶିଶୁଟିକୁ ଗତ ୧୫ତାରିଖରେ ରୋଗ ପ୍ରତିଷେଧକ ଟୀକା ପ୍ରଦାନ କରାଯାଇଥିଲା । ୧୬ ତାରିଖରେ ଶିଶୁଟିକୁ ପ୍ରବଳ ଜ୍ବର ହୋଇଥିଲା । ଫଳରେ ଶିଶୁଟିର ମୃତ୍ୟୁ ହୋଇଥିଲା।

{"id":332994,"sizeSlug":"large"}

ପରିବାର ଲୋକେ ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀଙ୍କ ବିରୋଧରେ କଲରାବାଙ୍କ ଫାଣ୍ଡିରେ ଗତ ୨୧ ତାରିଖରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିବା ସହ କିଶନ ନଗର ପୋଲିସ ଓ କିଶନ ନଗର ଆଡିସନାଲ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଶିଶୁ ପୁତ୍ରଟିର ମୃତ ଦେହକୁ ପୋତାଯାଇଥିବା ଜାଗାକୁ ଯାଇ ଶବକୁ ସେଠାରୁ ଖୋଳି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି। ଏପଟେ ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.