ସିସିଟିଭି କହୁଛି,ଟ୍ରାଫିକରେ ଫସି ଆମ୍ବୁଲାନ୍ସ ଡେରି ହୋଇନି: କିଏ କହିଥିଲା ମିଛ, ଶିଶୁ ମୃତ୍ୟୁ କାରଣ କ’ଣ?

Published By : Prameya-News7 Bureau | February 14, 2020 IST

 ଭୁବନେଶ୍ବର ୧୪/୨: ସୋମବାର ସକାଳେ ଆମ୍ବୁଲାନ୍ସ ଭିଡ଼ରେ ଫସିବାରୁ ଶିଶୁର ଜୀବନ ଯିବା ଘଟଣା ଆଜି ଭିନ୍ନ ମୋଡ଼ ନେଇଛି। ମୃତ ଶିଶୁର ପରିବାର ଲୋକଙ୍କ କହିବା ଅନୁସାରେ ଟ୍ରାଫିକ୍ ଜାମ୍ ଯୋଗୁଁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରୁ କିମ୍ସ ଯିବାକୁ ୧ଘଣ୍ଟା ୨୦ମିନିଟ୍ ଲାଗିଥିଲା। ବିଭିନ୍ନ ଛକରେ ଲାଗିଥିବା ସିସିଟିଭିରୁ କିନ୍ତୁ ଅଲଗା ବିଷୟ ଜଣା ପଡ଼ିଛି। ରାଜଭବନରୁ କିମ୍ସ ହସ୍ପିଟାଲ ପହଞ୍ଚିବାକୁ ମାତ୍ର ୨୨ମିନିଟ୍‌ ୩୮ସେକେଣ୍ଡ ଲାଗିଛି      ଆମ୍ବୁଲାନ୍ସକୁ। ତେବେ ଏହାକୁ କାହିଁକି କିଏ ଅତିରଞ୍ଜିତ କଲା,ତାକୁ ନେଇ ଏବେ ତଦନ୍ତ କରୁଛି କମିଶନରେଟ୍ ପୋଲିସ୍।

ସୂଚନା ଅନୁଯାୟୀ,ରାଜଭବନ ଛକରେ ଲାଗିଥିବା ସିସିଟିଭିରେ ଆମ୍ବୁଲାନ୍ସ ସୋମବାର ୧୦ଟାରେ ଅତିକ୍ରମ କରୁଥିବାର ଦେଖାଯାଇଛି। ତେବେ ଆମ୍ବୁଲାନ୍ସକୁ ପୂର୍ବରୁ ଏଜି ଛକ କ୍ୟାମେରାରେ ଦେଖିବାକୁ ମିଳିନି। କାରଣ ଆମ୍ବୁଲାନ୍ସ କ୍ୟାପିଟାଲ ହସ୍ପିଟାଲ ରାସ୍ତାରୁ ବାହାରି ଭୁବେନଶ୍ବର କ୍ଲବ୍ ରାସ୍ତା ଦେଇ ରାଜଭବନ ଆସିଛି। ଭାୟା ଜୟଦେବ ବିହାର ଦେଇ କିମ୍ସରେ ପହଞ୍ଚିଛି। ଆମ୍ବୁଲାନ୍ସ ରାସ୍ତା​‌ରେ ଯିବା ସମୟରେ ନାଲକୋ ଛକ,ଚନ୍ଦ୍ରଶେଖରପୁର ଛକରେ ଲାଗିଥିବା ସିସିଟିଭି ଫୁଟେଜରେ ଦେଖାଯାଇଛି।

ଏମିତିକି ଆମ୍ବୁଲାନ୍ସ ନାଲକୋ ଛକଠାରେ ବାଇକକୁ ଧକ୍କା ଦେଇଥିବାର ଚିତ୍ର ମଧ୍ୟ ସିସିଟିଭିରେ କଏଦ ହୋଇଛି। ଯାହାକୁ ନେଇ ଆମ୍ବୁଲାନ୍ସ ସେଠାରେ ୨ରୁ ୩ମିନିଟ୍ ଯାଏଁ ଅଟକି ଥିଲା। ନାଲକୋ ଛକରେ ଆମ୍ବୁଲାସ୍ସ ପହଞ୍ଚିବାବେଳେ ସମୟ ସକାଳ ୧୦ଟା ୧୦ ହୋଇଥିଲା। ଏହାପରେ ଆମ୍ବୁଲାନ୍ସ କିମ୍ସ ହସ୍ପିଟାଲରେ ପହଞ୍ଚିବାବେଳେ ସମୟ ହୋଇଥିଲା ୧୦ଟା ୧୯।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.