ଢେଙ୍କାନାଳ କଳ୍ପତରୁ ଆଶ୍ରମରୁ ଶିଶୁ ନିଖୋଜ ; ଆଶ୍ରମର ମୁଖ୍ୟ ଫେରାର
25/01/2019 at 10:34 AM

ଢେଙ୍କାନାଳ ୨୫|୧: ଢେଙ୍କାନାଳ କଳ୍ପତରୁ ଆଶ୍ରମରୁ ଶିଶୁ ନିଖୋଜ ଅଭିଯୋଗ । ନିଖୋଜ ହୋଇଥିବା ୧୦ ବର୍ଷର ଶିଶୁ ଜଣଙ୍କ ସୁନ୍ଦରଗଡ ଜିଲ୍ଲା ଗଡପଶ ଅଞ୍ଚଳର ବୋଲି ଜଣାପଡିଛି । ଶିଶୁଟିର ବୟସ ୧୦ ବର୍ଷ ହେବ । ବାପା ମା ଦିନ ମଜୁରିଆ ହୋଇଥିବା ବଳେ ଗରିବ ଓ ଅସହାୟତାର ସୁଯୋଗରେ ଏହି ଆଶ୍ରମର ମୁଖ୍ୟ ବାବା ମୁରାରୀ ଦାସ ଓରଫ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ପୁଅକୁ ଗତ ଦେଢବର୍ଷ ପୂର୍ବେ ଏହି ଆଶ୍ରମରେ ପାଠ ପଢାଇବାକୁ କହି ଆଣିଥିଲେ ।

ତେବେ ବୁଧବାରଠାରୁ ଶିଶୁଟି ନିଖୋଜ ହେବାନେଇ ପରିବାର ଲୋକେ ଜାଣିପାରିଥିଲେ । ଏନେଇ ପରିବାର ଲୋକେ ଢେଙ୍କାନାଳ ସଦର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଆଶ୍ରମର ମୁଖ୍ୟ ତଥା ବାବା ମୁରାରୀ ଦାସ ଫେରାର ହୋଇଯାଇଛନ୍ତି । ତେବେ ଆଶ୍ରମଠାରୁ କିଛି ଦୂର ଜଙ୍ଗଲରୁ ନିଖୋଜ ଶିଶୁଟିର ପିନ୍ଧା ପ୍ୟାଣ୍ଟକୁ ପୋଲିସ ଠାବ କରିବା ପରେ ଶିଶୁଟିକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି । ସେପଟେ ଆଶ୍ରମରେ ଥିବା ଅନ୍ୟ ଗରିବ ଅସହାୟ ଶିଶୁମାନଙ୍କୁ ପାଠ ପଢାଇବା ଆଳରେ ସେମାନଙ୍କୁ କଠିନ କାମରେ ଲଗାଇବା ସହ ଶାରିରୀକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି ।