ବାଲ୍ୟ ବିବାହ ପାଇଁ ଚାଲିଥିଲା ଯୋଜନା; ନାବାଳିକାଙ୍କୁ ଉଦ୍ଧାର କଲା ବାଲେଶ୍ୱର ଚାଇଲ୍ଡ ଲାଇନ୍ ଟିମ୍
10/09/2022 at 12:22 AM

ନୀଳଗିରି ୦୯/୦୯: ବାଲ୍ୟ ବିବାହ ବେଳେ ବାଲେଶ୍ଵର ଚାଇଡ଼ଲଲାଇନ ଚଢ଼ଉ କରିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ଗୁଡ଼ିପାଟଣା ଗାଁରେ ଏଭଳି ଘଟଣା ଘଟିଛି। ଆଜି ଏହି ଗାଁର ଜନୈକ ନାବାଳିକା ଜଣେ ନାବାଳକଙ୍କ ସହିତ ପ୍ରେମ ସମ୍ପର୍କ ଥିବାରୁ ପଳାଇ ଯାଇଥିଲେ।ପୁଣି ଘରକୁ ଆସି ବିବାହ କରିବାକୁ ଯୋଜନା କରୁଥିଲେ।
ବିଶେଷ ସୂତ୍ରରୁ ଏହି ଖବର ପାଇ ଚାଇଲଡ଼ ଲାଇନ ଚଢ଼ାଉ କରି ଉଭୟଙ୍କୁ ଉଦ୍ଧାର କରି ନୀଳଗିରି ଥାନାରେ ଜିମା ଦେଇଥିଲେ। ବେଆଇନ ଭାବେ ଏଭଳି କରିଥିବାରୁ ତଦନ୍ତ ପରେ ଉଭୟଙ୍କୁ ବାଲେଶ୍ଵର ଶିଶୁ ମଙ୍ଗଳ କମିଟିରେ ରଖାଯିବ ବୋଲି ଚାଇଲ୍ଡ ଲାଇନ୍ ଅଧିରକାରୀ ପଞ୍ଚାନନ ତ୍ରିପାଠି କହିଛନ୍ତି।
Related Posts
୫୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳାଙ୍କ ସମେତ ୪ ଗିରଫ
8 February 2023
ମିଳୁନି ଜମାରାଶି, ଫେରସ୍ତ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣସତ୍ୟାଗ୍ରହ
8 February 2023
ଗେଲପୁର ଛକରେ ଦୁର୍ଘଟଣା, ହାଇଓ୍ୱା ଧକ୍କାରେ ଚାଲିଗଲା ଜୀବନ
8 February 2023