ଥମୁନି ପିଲାଚୋରି ଗୁଜବ ; ପାଣିରେ ବୁଡିରହିଥିବା ଜଣେ ବ୍ୟକ୍ତି ଉଦ୍ଧାର
Published By : Prameya-News7 Bureau | May 30, 2018 IST
ଓଡିଶା ପୋଲିସ ପକ୍ଷରୁ ଆଡଭାଇଜାରି ଜାରି ସତ୍ତ୍ବେ ପିଲା ଚୋର ଆତଙ୍କ ଥମିବାର ନାଁ ନେଉନି । ବିଭିନ୍ନ ସ୍ଥାନରେ ପିଲା ଚୋର ସନ୍ଦେହରେ ଲୋକଙ୍କ ରାଗର ଶିକାର ହେଉଛନ୍ତି ବିଭିନ୍ନ ବର୍ଗର ଲୋକ । ବିଶେଷ କରି ବାହାର ରାଜ୍ୟର ଲୋକେ ଓ ମାନସିକ ବିକାରଗ୍ରସ୍ତ ଲୋକେ ଲୋକଙ୍କ ଆକ୍ରୋଶର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଗତକାଲି ରାତିରେ କଟକ ଜୋବ୍ରା ମାରିଟାଇମ୍ ମ୍ୟୁଜିୟମ ନିକଟରେ ଜଣେ ବ୍ୟକ୍ତି ପାଣିରେ ବୁଡିକି ରହିଥିବା ଲୋକେ ଦେଖିଥିଲେ ।ଲୋକେ ତାକୁ ପିଲାଚୋର ଭାବି ସେଠାରେ ଭିଡ ଜମାଇଥିଲେ । ପରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ସେ ପିଲା ଚୋର ନୁହେଁ ପୋଲିସ ସ୍ପଷ୍ଟ କରିଥିଲା । କଟକ ଡିସିପି ଅଖିଳେଶ୍ବର ସିଂହ ମଧ୍ୟ ପିଲାଚୋର କଥାକୁ ଖଣ୍ଡନ କରିଛନ୍ତି । ଏପରି ଗୁଜବ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି ।