ନକଲି ଡାକ୍ତରଙ୍କ ଚିକିତ୍ସାରେ ଶିଶୁ ମୃତ୍ୟୁ ଘଟଣା: ମାଟି ତଳୁ ଶବ ବାହାର କରି ଆରମ୍ଭ ହେଲା ତଦନ୍ତ
25/09/2018 at 6:54 PM

ନ୍ୟୁଜ୍ ସେଭେନର ଖବର ପ୍ରସାରଣ ପରେ ଖୋଲିଲା ମାମଲା। ଚାନ୍ଦବାଲି ବ୍ଳକ ଜଳେଶ୍ବରପୁର ପଞ୍ଚାୟତର ଜଣେ ନକଲି ଡ଼।କ୍ତରଙ୍କ ଭୁଲ ଚିକତ୍ସା ପାଇଁ ଏକ ଶିଶୁର ମୃତ୍ୟୁ ସଂପର୍କିତ ଅଭିଯୋଗ ନ୍ୟୁଜ 7ରେ ପ୍ରସାରଣ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତ ଶିଶୁ ପୋତାଯାଇଥିବା ସ୍ଥାନରୁ ଉଦ୍ଧାର କରାଯାଇ ପୋଷ୍ଟ ମର୍ଟମ ପାଇଁ ନିଆଯାଇଛି । ନକଲି ଡ଼।କ୍ତର ଫେରାର ହୋଇଯାଇଛନ୍ତି।
ମାଟି ଖୋଳାଯାଉଛି। ସତ ଉନ୍ମୋଚନର ଚାଲିଛି ପ୍ରୟାସ । ଏହି ସ୍ଥାନରେ ଆୟୁଷ୍ମାନକୁ ଚିର ଦିନ ପାଇଁ ବିଦାୟ ଦେଇଥିଲେ ବାପା ମା । ଏବେ ସେହିଠାରୁ ହିଁ ସତ ଖୋଜା ଚାଲିଛି। ଆୟୁଷ୍ମାନର ଆୟୁକୁ ଅକାଳରେ ହରଣ କରିନେଲେ ନକଲି ଡାକ୍ତର । ଘଟଣାକୁ ଚାପିଦେବା ପାଇଁ ଉଦ୍ୟମ ହୋଇଥିଲା। ଆଉ ପୁଅକୁ ଏଇଠି ପୋତି ଦିଆଯାଇଥିଲା। ତେବେ ନ୍ୟୁଜ ସେଭେନରେ ଖବର ପ୍ରକାଶ ପରେ ଚେଇଁଛି ପ୍ରଶାସନ । ପୋଲିସ ଓ ପ୍ରଶାସନ ଉପସ୍ଥିତିରେ ମୃତଦେହ ଖୋଳାଯାଇଛି। ପୋଷ୍ଟ ମର୍ଟମ ପାଇଁ ପଠାଯାଇଛି।
ଏବେ ଆସନ୍ତୁ ଜାଣିବା ପୂରା ଘଟଣା। ଚାନ୍ଦବାଲି ବ୍ଲକ ଜଳେଶ୍ବରପୁର ଗଁ।ର ଅମୂଲ୍ୟ ମହାନ୍ତିଙ୍କ ପୁଅ ଅୟୁସ୍ମାନ ମହାନ୍ତିଙ୍କୁ ଜର ହୋଇଥିଲା। ବାପା ତାକୁ ଚଢ଼େଇପଦାରେ ଥିବା ଶାନ୍ତିଲତା ମେଡ଼ିକାଲକୁ ନେଇଥିଲେ । ଚିକିତ୍ସା କରିଥିଲେ ଡ଼।କ୍ତର ସନ୍ତୋଷ କୁମାର ସାହୁ। ଡାକ୍ତର ଏମିତି ମେଡ଼ିସନ ଦେଲେ ଯେ ଆୟୁଷ୍ମାନ ସବୁଦିନ ପାଇଁ ଶୋଇପଡ଼ିଲା । ବାପା ଥିଲେ ପ୍ରତିଷ୍ଠିତ ଡ଼।କ୍ତର ଆଉ ବାପାଙ୍କ ନିଶରେ ପୁଅ ବି ହେଇଗଲେ ଡାକ୍ତର। ନିଜେ ଔଷଧ ଦୋକାନ ଖୋଲିବା ସହିତ ଚିକିତ୍ସା କାରବାରରେ ବି ଲାଗିପଡ଼ିଥିଲେ । ହେଲେ ସନ୍ତୋଷଙ୍କ ସଉକ ଜଣଙ୍କ ଜୀବନ ନେଲା । ନ୍ୟୁଜ ସେଭେନରେ ଖବର ପ୍ରସାରଣ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ପୋଲିସ ସଂପୃକ୍ତ କ୍ଲିନିକରେ ଚଢାଉ କରିଛି। କିନ୍ତୁ ଭଣ୍ଡ ଡାକ୍ତରଙ୍କ ଦେଖା ମିଳିନି।
ଶିଶୁ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏବେ ଅମୂଲ୍ୟଙ୍କୁ ନ୍ୟାୟ ମିଳୁଛି କି ନାହିଁ ତାହା ଅପେକ୍ଷା କରିଛନ୍ତି ସେଠାକାର ଲୋକେ। ତା ଛଡ଼ା ଜିଲ୍ଲାରେ ନକଲି କ୍ଲିନିକ ଉପରେ ଜଦି ପୂର୍ବରୁ ଚଢ଼ାଉ ହୋଇଥାନ୍ତା ତେବେ ଏମିତି ଘଟଣା ଘଟିନଥାନ୍ତା ।