ଚାନ୍ଦବାଲିରେ ଶିଶୁ ମୃତ୍ୟୁ ନେଇ ଉତ୍ତେଜନା : ପରିବାର ଲୋକଙ୍କ କ୍ଷତିପୂରଣ ଦାବି

Published By : Prameya-News7 Bureau | October 15, 2018 IST

ବାଲେଶ୍ବର ୧୫/୧୦: ଚାନ୍ଦବାଲି ବ୍ଳକ ଜଳେଶ୍ବରପୁର ପଞ୍ଚାୟତ ନୁଆଗାଁର ସୁରେଶ ମହାଳିକଙ୍କ ପୁତ୍ର କୁନା ମହାଳିକ(୧୧)ଙ୍କୁ ଜ୍ବର ହେବାରୁ ପରିବାର ଲୋକେ ମତୋ ବଜାରରେ ଥିବା କର  କ୍ଲିନିକକୁ ଆଣିଥିଲେ। ସେଠାରେ ଥିବା ଫାର୍ମାସିଷ୍ଟ ମାନସ ପଣ୍ଡା ଶିଶୁଟିକୁ ଚିକିତ୍ସା କରି ୨ଟି ଇଂଜେକସନ୍ ଦେବାପରେ ଶିଶୁଟି ସେଠାରେ ବେହୋସ ହୋଇପଡିଥିଲା । କୁନାର ହୋସ ନ ଫେରିବାରୁ ପରିବାର ଲୋକ ଏକ ଅଟୋରେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଚାନ୍ଦବାଲି ଗୋଷ୍ଠୀ  ସ୍ବାସ୍ଥ୍ୟକେନ୍ଦ୍ରର ଡ଼।କ୍ତର ଶିଶୁଟିକୁ ଦେଖି ମୃତ ଘୋଷଣା କରିବା ପରେ ମୃତ ଶିଶୁର ପରିବାର ଲୋକ ଶିଶୁଟିକୁ ନେଇ କ୍ଷତିପୂରଣ ଦାବୀ କରି ମତୋ ଫଣ୍ଡିକୁ ଘେରିଥିଲେ। ପରେ ଉତ୍ୟକ୍ତ ଲୋକେ ଚାନ୍ଦବାଲି - ଭଦ୍ରକ ମୁଖ୍ୟ ରାସ୍ତା ମତୋ ଠାରେ ରାସ୍ତା ଅବରୋଧ କରି ଚିକିତ୍ସା କରିଥିବା  ଫାର୍ମ।ସିଷ୍ଟଙ୍କ ଗିରଫ ଦାବୀ କରିବା ସହ କ୍ଷତିପୂରଣ ଦାବୀ କରିଥିଲେ । ଘଟଣାସ୍ଥଳରେ ଚାନ୍ଦବାଲି ପୋଲିସ ଆରକ୍ଷୀ ଉପଖଣ୍ଡ ଅଧତ୍କାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାତ୍ରୀ ୨ଟାରେ ପରିସ୍ଥିତି  ଆୟତ ହୋଇଥିଲା। ପରେ ମୃତ ଶିଶୁକୁ ନେଇ ଶବ ବ୍ୟବଛେଦ ପାଇଁ ପଠାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.