ଅଲୋଡ଼ା ହେଲା ଶିଶୁକନ୍ୟା; ମାଟିତଳୁ ନବଜାତ ମୃତଦେହ ଉଦ୍ଧାର

Published By : Prameya-News7 Bureau | October 25, 2022 IST

ରାଉରକେଲା ୨୫/୧୦: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନାର ଜଲଡ଼ିହି ଗାଁ ପାଖରେ ଥିବା କେନାଲ କଡ଼ରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର। ଏକ ନବଜାତ ଶିଶୁକୁ ସେଠାରେ ମାଟି ଖୋଳି ପୋତା ହୋଇଥିଲା। କିନ୍ତୁ ଶିଶୁର ହାତ ବାହାରକୁ ଦେଖାଯାଉଥିଲା। ସ୍ଥାନୀୟ ଲୋକେ ଏହାଦେଖି ପୋଲିସକୁ ଖବର ଦେଇଥିଲେ। ପରେ ଘଟଣାସ୍ଥଳରେ ପୋଲିସ ଆସି ମୃତଦେହକୁ ଉଦ୍ଧାର କରିଥିଲା। ସାଇଣ୍ଟିଟିଫିକ ଟିମ ମଧ୍ୟ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଶିଶୁକୁ ଜନ୍ମ ଦେଇ ତାର ମାଆ ଏପରି ପୋତି ଦେଇଯାଇଛି ବୋଲି ସ୍ଥାନୀୟ ଲୋକମାନେ ଚର୍ଚ୍ଚା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.